Latest Odisha News

BREAKING NEWS

୧୪ ମାସ ପରେ ପଣ୍ଡା ପାର୍କ ବସ୍ତି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନିଳାଦ୍ରୀବିହାର ପଣ୍ଡା ପାର୍କ ନିକଟ ବସ୍ତିରେ ଘଟିଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ଗିରଫ କରିଛି। ସେ ପାଖାପାଖି ୧୪ ମାସ ଧରି ଫେରାର ରହିବା ପରେ ପୋଲିସ କାବୁ କରିବାରେ ସଫଳ ହୋଇଛି ବୋଲି ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଗିରଫ ଅଶୋକ ଜେନାଙ୍କୁ ଗଜପତି ଜିଲ୍ଲା ମୋହନା ଜଙ୍ଗଲରୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ମସିହା ଜୁନ୍ ୧୩ ତାରିଖରେ ଦୈତ୍ୟରାଜ ନାୟକ ଓରଫ ଜଟିଆ ନାମକ ଜଣେ ପୀଡ଼ିତା ନିଖୋଜ ହୋଇଯାଇଥିବା ଅଭିଯୋଗ କରି ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏଫଆଇଆର ଆଧାରରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ଗତ ୧୬ ତାରିଖରେ ଜଟିଆଙ୍କ ମୃତଦେହ ଏକ ଡ୍ରେନ୍ରୁ ମିଳିଥିଲା।

ପାରିପାର୍ଶ୍ୱିକ ପ୍ରମାଣକୁ ଆଖି ଆଗରେ ରଖି ପ୍ରଥମେ ଅପମୃତ୍ୟୁ ପରେ ମାମଲାକୁ ହତ୍ୟା ବୋଲି ପରିବର୍ତ୍ତନ କରାଯାଇଥିଲା। ତଦନ୍ତ ବେଳେ ଅଶୋକ ବସ୍ତିରେ ରହୁଥିବା ଓ ସେ ଫେରାର ଥିବା ଜଣାପଡ଼ିଥିଲା। ଯାହା ତଦନ୍ତକାରୀ ଟିମର ସନ୍ଦେହକୁ ବଢ଼ାଇ ଦେଇଥିଲା।

ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ କରିବାରୁ ଅଭିଯୁକ୍ତମାନେ ଟିମ୍କୁ ଚକମା ଦେଇ ଓଡ଼ିଶା ବାହାରେ ଅନ୍ୟତ୍ର ପଳାଇଯାଇଥିଲେ। ଏହାପରେ ଗଜପତି ମୋହନାର ଏକ ଜଙ୍ଗଲରେ ଲୁଚିଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ମୋହନାରୁ ତାକୁ ଗିରଫ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.