Latest Odisha News

ଶିମିଳିପାଳରୁ କଲରାପତିଆ ବାଘର ଗଳିତ ମୃତଦେହ ଉଦ୍ଧାର

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅନ୍ତର୍ଗତ ଜେନବିଲ ବନ୍ୟଖଣ୍ଡର ଟିକତାଲି ସେକ୍ସନର ସରାଇ ଠାରେ ଥିବା ଏକ ନାଳରୁ ବୁଧବାର ରାତିରେ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି ।

ସ୍ଥାନୀୟ ବାସିନ୍ଦା ପ୍ରଥମେ ଏହି କଲରାପତିଆ ବାଘଟିର ମୃତଦେହ ଦେଖିବା ପରେ ତୁରନ୍ତ ବନବିଭାଗର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।

ଏହି କଲରାପତିଆ ବାଘଟିର ବୟସ ୭ରୁ ୮ ବର୍ଷ ହେବ ବୋଲି ବନବିଭାଗ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ତେବେ ମୃତ ବାଘଟିର ଶବ ବ୍ୟବଚ୍ଛେଦ ହେବା ପରେ ହିଁ ପ୍ରକୃତ ରହସ୍ୟ ଜଣା ପଡ଼ିବ, ଏନେଇ ତଦନ୍ତ ଜାରି ରହିଛି ବୋଲି ବନବିଭାଗ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.