Latest Odisha News

BREAKING NEWS

ରାଜ୍ୟର ୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ ଓ ୧ ଆହତ

ବାଲେଶ୍ୱର/କେନ୍ଦୁଝର : ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗୁରୁବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ବାରିକପୁର ନିକଟ ରାସ୍ତାରେ ଏକ ଟ୍ରକ୍ ଛିଡା ହୋଇଥିବାବେଳେ ବସ ପଛରୁ ଧକ୍କା ଦେଇଥିଲା। ଏଥିରେ ବସର ହେଲପର ଗୁରୁତର ହୋଇପଡିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାମ ମନୁ ଟୁଡୁ (୫୦) ବୋଲି ଜଣାପଡିଛି । ବସଟି ଭୁବନେଶ୍ୱରରୁ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି ।

ସେହିପରି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଏକ ଟ୍ରକ୍ ସହ ବୋଲେରୋ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଗାଡିରେ ଥିବା ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ଦମ୍ପତିଙ୍କ ନାମ ବଲ୍ଲଭ ଚନ୍ଦ୍ର ମହାକୁଡ ଏବଂ ବନି ଦେବୀ ମହାକୁଡ ଏବଂ ସେମାନେ ବଲାଣୀ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.