Latest Odisha News

BREAKING NEWS

ଏସିଆନ ଗେମ୍ସ ହକି ପାଇଁ ଘୋଷିତ ହେଲା ଭାରତୀୟ ଦଳ: ଦୀପଗ୍ରେସ, ଅମିତଙ୍କ ଉପରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର:ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତର ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି । ମହିଳା ଟିମରେ ଓଡିଶାର ଦୀପ ଗ୍ରେସ ଏକ୍କାଙ୍କୁ ଉପଅଧିନାୟିକା କରାଯାଇଥିବା ବେଳେ ପୁରୁଷରେ ଅମିତ ରୋହିଦାସ ରକ୍ଷାପନ୍ଥୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଦୀପଗ୍ରେସ ଉପ ଅଧିନାୟିକା ପଦ ତୁଲାଇଥିଲେ । ଏଥିରେ ଭାରତ ୪ର୍ଥ ସ୍ଥାନ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଅପରପକ୍ଷରେ ବ୍ରୋଞ୍ଜ ପଦକ ବିଜେତା ଟିମ ଇଣ୍ଡିଆର ପୁରୁଷ ଦଳରେ ଅମିତଙ୍କୁ ସୁଯୋଗ ମିଳିଥିଲା । ହରମନପ୍ରୀତ ସିଂ ନେତୃତ୍ୱାଧି ପୁରୁଷ ଦଳ ସେପ୍ଟମ୍ବର ୨୪ରେ ଉଜବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ସେହିପରି ସବିତା ପୁନିଆଙ୍କ ନେତୃତ୍ୱରେ ମହିଳା ଟିମ ୨୭ରେ ସିଙ୍ଗାପୁରକୁ ଭେଟିବ ।

ହକି ଟିମ (ପୁରୁଷ): ପିଆର ଶ୍ରୀଜେଶ, କ୍ରିଷ୍ଣା ପାଠକ, ବରୁଣ କୁମାର, ଅମିତ ରୋହିଦାସ, ଜରମନପ୍ରୀତ ସିଂ, ହରମନପ୍ରୀତ ସିଂ(ଅଧିନାୟକ), ସଞ୍ଜୟ, ସୁମିତ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂ (ଉପ ଅଧିନାୟକ), ମନପ୍ରୀତ ସିଂ, ବିବେକ ସାଗର, ଶମସେର ସିଂ, ଅଭିଷେକ, ଗୁରଜନ୍ତ ସିଂ, ମନଦୀପ ସିଂ, ସୁଖଜିତ ସିଂ ଓ ଲଳିତ କୁମାର ଉପାଧ୍ୟୟ ।
ହକି ଟିମ (ମହିଳା): ସବିତା ପୁନିଆ(ଅଧିନାୟକ), ବିଛୁ ଦେବୀ ଖରିବମ, ଦୀପିକା, ଲାଲରେମସିଆମି, ମୋନିକା, ନବନୀତ କୌର, ନେହା, ନିଶା, ସୋନିକା, ଉଦିତା, ଈଶିକା ଚୌଧୁରୀ, ଦୀପ ଗ୍ରେସ ଇକ୍କା(ଉପ ଅଧିନାୟକ), ବନ୍ଦନା କାଟରିୟା, ସଙ୍ଗୀତା କୁମାରୀ, ବୈଷ୍ଣବ ଭିଟ୍ଟଲ, ନିକ୍କି ପ୍ରଧାନ, ସୁଶୀଲା ଚାନୁ, ସାଲିମା ଟେଟେ ।

Comments are closed.