Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କହିଲେ କୋହଲି ମୋ ଉପରକୁ ଛେପ ପକାଇଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର ଭାରତର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ନେଇ ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କେପଟାଉନରେ ଭାରତ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳି କ୍ରିକେଟକୁ ଅଲବିଦା କହିଥିଲେ । ସେ ୮୬ ଟେଷ୍ଟରେ ୫୩୪୭ ରନ କରିଛନ୍ତି । ବ୍ୟାଟର ୱିଥ ଦି ବୟଜ ଆଲୋଚନା ଉପରେ ସେ କହିଛନ୍ତି ଯେ, ଭାରତରେ ଆୟୋଜିତ ସିରିଜ ଅବସରରେ କୋହଲି ମୋ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବିପକ୍ଷରେ ମୁଁ ୱିକେଟ ବଂଚାଇ ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଥିଲି । ସେ ସମୟରେ କୋହଲି ମୋ ଉପରକୁ ଛେପ ପକାଇଥିଲେ ।

ମୁଁ ଅବଶ୍ୟ ରାଗିଯାଇ ତାଙ୍କୁ ଗାଳି ଦେଇଥିଲି ବୋଲି ଏଲଗାର କହିଛନ୍ତି । ଏବି ଡିଭିଲର୍ସଙ୍କ ସହ ଏ ନେଇ ଆଲୋଚନା କରିଥିଲି । ସେ କୋହଲିଙ୍କ ପାଖକୁ ଯାଇ ପଚାରିଥିଲେ ତୁମେ ମୋ ସାଥୀ ଖେଳାଳିଙ୍କ ପ୍ରତି ଏ ଭଳି ବ୍ୟବହାର କାହିଁକି ପ୍ରଦର୍ଶନ କରୁଛ ? ଏହାର କିଛି ବର୍ଷ ପରେ କୋହଲି ତାଙ୍କୁ କ୍ଷମା ମାଗିଥିଲେ ବୋଲି ଏଲଗାର କହିଛନ୍ତି ।

ଥରେ ସେ ଫୋନ କରି କହିଥିଲେ ସିରିଜ ପରେ ଆମେ ଏକତ୍ର ଡ୍ରିଙ୍କ କରିପାରିବା । ଆମେ ୩ଟା ବେଳେ ଡ୍ରିଙ୍କ କରିଥିଲୁ ଓ ସେ କ୍ଷମା ମାଗିଥିଲେ । ସେତେବେଳେ କୋହଲି ଡ୍ରିଙ୍କ କରୁଥିଲେ, ଏବେ ସେ ବହୁତ ବଦଳି ଯାଇଛନ୍ତି । ଶେଷ ଟେଷ୍ଟ ଖେଳିବା ପରେ କୋହଲି ତାଙ୍କ ୱିକେଟର ମଜା ଉଠାଇ ନ ଥିଲେ । ସେ ଦୌଡିକରି ମୋତେ ଆଲିଙ୍ଗନ କରିଥିଲେ ଓ ପରେ ଏକ ଟେଷ୍ଟ ଜର୍ସି ଦେଇଥିଲେ ବୋଲି ଏଲଗାର କହିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରିସ ମୋରିସ ଓ ରଗବୀ ଖେଳାଳି ଜୀନ ଡିଭିିଲିର୍ସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.