ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଶକ୍ତ ଝଟକା ଲାଗିପାରେ । ଦଳର ଦାମୀ ତଥା ଷ୍ଟାର ଖେଳାଳୀ ଦୀପକ ଚହର ଆଘାତ ସମସ୍ୟା ଯୋଗୁ ଆରମ୍ଭରୁ କେତୋଟି ମ୍ୟାଚ ଖେଳି ନ ପାରନ୍ତି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ଦୀପକଙ୍କୁ ୧୪ କୋଟି ଟଙ୍କାରେ କ୍ରୟ କରିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ ।
ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ମଧ୍ୟରେ ଚେନ୍ନାଇ ୬/୭ଟି ମ୍ୟାଚ ଖେଳି ସାରିଥିବ । ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ ପକ୍ଷରୁ ଦୀପକଙ୍କ ଆଘାତ ସମସ୍ୟା ନେଇ ରିପୋର୍ଟ ପାଇବା ପରେ ଚେନ୍ନାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।
Comments are closed.