Latest Odisha News

BREAKING NEWS

ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ତାସକାନ୍ଦରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରମାନେ ଏକାଥରକେ ୩ଟି ପଦକ ନିଶ୍ଚିତ କରି ଇତିହାସ ରଚିଛନ୍ତି । ଟୁର୍ଣ୍ଣାମେଂଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏ ଭଳି ସଫଳତା ହାସଲ କରିଛି । ନିଶାନ୍ତ ଦେବ, ମହମ୍ମଦ ହସମୁଦ୍ଦିନ ଓ ଦୀପକ ଭୋରିୟା ସେମାନଙ୍କ ବିଭାଗରେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୭୫ କେଜି କ୍ୱାର୍ଟର ଫାଇନାଲରେ ଦୀପକ ଆଜରବୈଜାନର ଉମିଦ ରୁସ୍ତାମୋବଙ୍କୁ ୫-୦ରେ ପରାସ୍ତ କରିଥିଲେ । ସେହିପରି ୫୭ କିଗ୍ରା ବିଭାଗରେ ମହମ୍ମଦ ବୁଲଗେରିଆର ଜେ ଡିୟାଜ ଇବନେଜଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୪-୩ରେ ହରାଇଥିଲେ ।

୭୧ କେଜିରେ ନିଶାନ୍ତ କ୍ୟୁବାର ଜର୍ଜ କୁଏଲରଙ୍କୁ ୫-୦ରେ ମାତ ଦେଇଥିଲେ । ୨୦୨୧ ଯୁବ ବିଶ୍ୱ ଚାମ୍ପିୟନ ସଚିନ ସିୱାଚ ଓ ହର୍ଷ ଚୌଧୁରୀ ଯଥାକ୍ରମେ ୫୪ ଓ ୮୬ କିଗ୍ରା ବିଭାଗରେ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଉଛନ୍ତି । ୧୦୪ ଦେଶର ୬୪୦ ବକ୍ସର ଏଥିରେ ଅଂଶଗ୍ରହଣ କରୁଛନ୍ତି । ୭ଜଣ ପୂର୍ବତନ ବିଶ୍ୱ ଚାମ୍ପିୟନ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ସୂଚନାଯୋଗ୍ୟ, ବକ୍ସିଂରେ ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ବ୍ରୋଞ୍ଜ ପଦକ ମିଳିଥାଏ ।

Leave A Reply

Your email address will not be published.