Latest Odisha News

ନବ ଦାସଙ୍କ ହତ୍ୟାର ହେବ ସିବିଆଇ ତଦନ୍ତ!, ଝିଅ କହିଲେ..’ଲେଖିକି ଦବୁ’

ଭୁବନେଶ୍ବର: ସିବିଆଇ ହାତକୁ ଯିବ ନବ ଦାସ ହତ୍ୟା କାଣ୍ଡ ଫାଇଲ୍ ! ବାସ୍ତବରେ ୨ ବର୍ଷ ତଳେ କ’ଣ ଘଟିଥିଲା, ସେନେଇ ଖୋଳତାଡ କରିବ  । ଏଥିପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ ଝିଅ ଦୀପାଳି ଦାସ । ଏନେଇ ଆଜି ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।ଏଥିପାଇଁ ଲିଖିତ ଅନୁସାରେ ଆମେ ରାଜ୍ୟ ସରକାରଙ୍କୁ ଜଣାଇବୁ । ପରିବାରରେ ଆଲୋଚନା ଚାଲିଛି, ନିଶ୍ଚିତ ଲେଖିକି ଜଣାଇବୁ ବୋଲି କହିଛନ୍ତି ।

ଏଥିସହିତ ବିଜେପିକୁ କଡା ନିଶନା ବି ସାଧିଛନ୍ତି ଦୀପାଳି । ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନେଇ ବିଜେପି ସରକାରଙ୍କୁ ଟାର୍ଗେଟ କରି ଦୀପାଳି କହିଛନ୍ତି, ବିଜେପିର ଅନେକ ନେତା ପୂର୍ବରୁ ସିବିଆଇ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି । କାହିଁ ଦୀପାଳି ଚୁପ୍ ରହିଛନ୍ତି, ତାକୁ ନେଇ ପ୍ରଶ୍ନ କରିଛନ୍ତି, ଏବଂ ପରିବାର ଉପରେ ମାନସିକ ଚାପ କାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୀପାଳି । ଆଉ ଏହାକୁ ନେଇ ମୁଁ ଗଣମାଧ୍ୟମରେ ଦାବି ମଧ୍ୟ କଲି ତଦନ୍ତ କରିବାକୁ, ହେଲେ ସେମାନେ ଚୁପ୍ ରହିଛନ୍ତି, ପୁଣି ଲିଖିତ ଭାବରେ ଜଣାଇବାକୁ କହୁଛନ୍ତି, ଆମେ ନିଶ୍ଚିତ ଲିଖିତ ଭାବେ ଜଣାଇବୁ । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଆମେ ବି ଚାହୁଁଛୁ । ହେଲେ ବିଜେପି ଏହାକୁ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି । ଏଥିସହିତ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଦୀପାଳି ।

ତେବେ କହିରଖୁଛୁ, ପୁଣି ଏବେ ନବ ଦାସଙ୍କ ପ୍ରସଙ୍ଗକୁ ନେଇ ଉଷ୍ମ ହୋଇଛି ରାଜ୍ୟରାଜନୀତି । ବିଜେପି ଏବଂ ନବ ସାଦଙ୍କ ପରିବାର ଭିତରେ ଏକ ବାକ୍ ଯୁଦ୍ଧ ଚାଲିଛି । ପୂର୍ବରୁ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ଝିଅ ଦୀପାଳିଙ୍କୁ ଆକ୍ଷେପ କରିଥିଲା ବିଜେପି । ସେତେବେଳେ ଟିକଟ ପାଇବା ପାଇଁ ଦୀପାଳି ଚୁପ୍ ରହିଥିଲେ ବୋଲି କୁହାଯାଇଥିଲା । ଯାକହାର ପ୍ରତି ଉତ୍ତରରେ ଯଦି ସରକାର ଚାହୁଁଛନ୍ତି ତାହେଲେ ସିବିଆଇ ତଦନ୍ତ କରୁ ବୋଲି କହିଥିଲେ ଦୀପାଳି । ପରେ ଦୀପଳିଙ୍କୁ ଲିଖିତ ଭାବେ ସରକାରଙ୍କୁ ଜଣାଇବାକୁ ମତ ରଖିଥିଲେ ଆଇନ ମନ୍ତ୍ରୀ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଦୀପାଳି ।

Comments are closed.