Latest Odisha News

ମଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ ଆଣିଲେ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତିନି ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳୀୟ ଟିକେଟ ଆଣିଛନ୍ତି । ଆଜି ଦୀପାଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଆଣିଛନ୍ତି । ଦୀପାଳି ଆସନ୍ତା ୧୮ ତାରିଖ ନାମାନଙ୍କପତ୍ର ଦାଖଲ କରିବେ । 

ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠି ୧୭ ତାରିଖ ନାମାଙ୍କନ ଦାଖଲ କରିବେ ବୋଲି ଆଜି କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥି ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିବେ ବୋଲି ପ୍ରେସ ବାର୍ତ୍ତା କରି ସୂଚନା ଦେଇଛନ୍ତି  ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର  ।

ସୂଚନାଥାଉ କି, ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ପାଇଁ ଘୋଷଣା କରାଯାଇଥିଲା । ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଏବଂ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପଦବୀ । ଏବେ ଉପ ନିର୍ବାଚନ ହେବା ପରେ ଝାରସୁଗୁଡା ବାସୀଙ୍କୁ ମିଳିବ ନୂଆ ବିଧାୟକ । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଝାରସୁଗୁଡା ଉପ-ନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି କହିଲେ ଭୁଲ ହେବନାହିଁ ।

 

Comments are closed.