ଟୋକିଓ: ଭାରତର ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ଫଳରେ ଭାରତର ଆଉ ଏକ ପଦକ ହାତଛଡା ହୋଇଛି । ଦକ୍ଷିଣ କୋରିଆର ଏନ ସେନ ୦-୬ରେ ଦୀପିକାଙ୍କୁ ପରାସ୍ତ କରିଛନ୍ତି ।
ଟପ ସିଡ ଏନସେନ ମ୍ୟାଚରେ ଦୀପିକାଙ୍କୁ ପ୍ରତ୍ୟାବର୍ତନ କରିବାରେ କୌଣସି ସୁଯୋଗ ଦେଇ ନ ଥିଲେ । ୩ଟି ଯାକ ସେଟରେ ସେ ୩୦-୨୭, ୨୬-୨୪, ୨୬-୨୪ରେ ସହଜ ବିଜୟ ହାସଲ କରିଥିଲେ । ପ୍ରି-କ୍ୱାର୍ଟରରେ ଦୀପିକା ଚମତ୍କାର ପ୍ରଦର୍ଶନ କରି ଶୁଟଆଉଟରେ ରୁଷିଆର ସେନିୟା ପେରୋଭାଙ୍କୁ ହରାଇଥିଲେ ।