Latest Odisha News

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।

ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇଁ ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରେ ରେଡ୍ କରିଥିଲା ଏସଟିଏଫ୍ ଟିମ୍ । କୁଆଡ଼େ ଚାଲାଣ ହେଉଥିଲା ବ୍ରାଉନସୁଗର ? ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ? ଅଧିକ ଖୋଳତାଡ ଜାରି ରହିଛି ।

ଗତବର୍ଷଠାରୁ ଏଯାଏ ଏସଟିଏଫ୍ ସ୍ପେଶାଲ୍ ଡ୍ରାଇଭ ଜରିଆରେ ୩୫କିଲୋରୁ ଅଧିକ ବ୍ରାଉନସୁଗର ଓ ୬୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲାଣି । ବେଆଇନ୍ କାରବାରରେ ଶହେରୁ ଅଧିକ ଲୋକଙ୍କୁ ଗିରଫ କରିଛି ଏସଟିଏଫ୍ ।

Leave A Reply

Your email address will not be published.