Latest Odisha News

BREAKING NEWS

ଭଁସାଲୀଙ୍କ ବୈଜୁ ବାୱାରାରେ ଏକତ୍ର ହେବ ରଣବୀର, ଆଲିୟା, ଦୀପିକା !

ମୁମ୍ବାଇ: ବଲିଉଡର ସଫଳ ନିର୍ଦ୍ଦେଶକ ଭାବେ ପରିଗଣିତ ସଞ୍ଜୟ ଲୀଲା ଭଁସାଲି ଆଉ ଏକ ମେଗା ପ୍ରୋଜେକ୍ଟ ନେଇ ଆସୁଛନ୍ତି । ସେ ସୁପରହିଟ ଫିଲ୍ମ ବୈଜୁ ବାୱାରର ରିମେକ୍ କରିବେ । ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ସହ ସେ ଆଲିୟା ଭଟ୍ଟ ଓ ଦୀପିକା ପାଦୁକୋନ ଏହି ଫିଲ୍ମରେ ଅଭିନୟ କରିବେ । ପ୍ରଥମ ଥର ପାଇଁ ଦୁଇ ଅଭନେତ୍ରୀ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ।

ବୈଜୁ ଭୂମିକାରେ ରଣବୀର ଓ ତାଙ୍କ ପ୍ରେମିକା ଭାବେ ଆଲିୟା ଅଭିନୟ କରିବେ । ଡକାୟତ ରୂପମତି ଭୂମିକାକୁ ଦୀପିକା ତୁଲାଇବେ । ସୂଚନାଯୋଗ୍ୟ ୧୯୫୨ ଏହି ମେଗା ହିଟ ଫିଲ୍ମରେ ଭାରତ ଭୂଷଣ, ମୀନା କୁମାରୀ ଓ କୂଲଦୀପ କୌର ଅଭିନୟ କରିଥିଲେ ।

Leave A Reply

Your email address will not be published.