Latest Odisha News

BREAKING NEWS

ରିପବ୍ଲିକ୍ ନେଟୱର୍କର କାର୍ଯ୍ୟକଳାପରେ ବାର୍କ ନିରାଶ

ନୂଆଦିଲ୍ଲୀ: ଟିଆରପି ଘୋଟାଲାରେ ରିପବ୍ଲିକ୍ ଟିଭିର ନାମ ସାମ୍ନାକୁ ଆସିବା ପରେ ରିପବ୍ଲିକ୍ ଟିଭି ପକ୍ଷରୁ ଅନେକ ଦାବି କରାଯାଉଛି । ଏଭଳି ସମୟରେ କିଛି ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟକୁ ପରିପ୍ରକାଶ କରିଥିବାରୁ ବ୍ରୋଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବାର୍କ) ନିରାଶ ହୋଇଥିବା କହିଛି ।

ସୂଚନାନୁଯାୟୀ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବାର୍କ ପକ୍ଷରୁ ଏହି ଘୋଟାଲାରେ ଏଯାବତ୍ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ । ଆବଶ୍ୟକ ସ୍ଥଳେ ତଦନ୍ତରେ ସହଯୋଗ ପାଇଁ ସହାୟତା କରାଯିବ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରିପବ୍ଲିକ୍ ଟିଭିକୁ ଟିଆରପି ସ୍କାମରେ ବାର୍କ ପକ୍ଷରୁ କ୍ଲିନଚିଟ୍ ଦିଆଯାଇଥିବା ନେଇ କୁହାଯାଇଥିଲା । ଏପରିକି ଉକ୍ତ ନେଟ୍‌ୱର୍କ୍ ପକ୍ଷରୁ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ରିପବ୍ଲିକ୍ ଟିଭି ବିରୋଧରେ ମିଛ କହୁଥିବା ସଂକ୍ରାନ୍ତୀୟ ଏକ ଇମେଲ୍ ପ୍ରଦର୍ଶିତ କରାଯାଇଥିଲା ।

ତେବେ ଉକ୍ତ ଇମେଲଟିକୁ ବାର୍କ ପକ୍ଷରୁ ପଠାଯାଇଥିବା ନେଇ ଦାବି ମଧ୍ୟ କରାଯାଇଥିଲା । ଯେଉଁ ଦାବିକୁ ପରବର୍ତ୍ତୀ ସମୟରେ ନିଜେ ବାର୍କ ଖଣ୍ଡନ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.