Latest Odisha News

BREAKING NEWS

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ?

ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ ହୋଇଥିଲା ଏହି ଭିଡିଓ । ଯେଉଁଠି ଏକ ଚୋର ମରୁଣ୍ଡେଶ୍ୱରର୍ ମନ୍ଦିରରେ ବୁଲାଇଥିଲା କଳାକନା । ହେଲେ ଚୋରୀ ପୂର୍ବରୁ ତା କାରନାମା ସମସ୍ତଙ୍କୁ ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରେ ତାର ସମସ୍ତ କାର୍ଯ୍ୟକଳାପ କଏଦ ହୋଇଛି ।

କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଭଗବାନଙ୍କ ଦର୍ଶନ କରିବା କିଛି ନୂଆ କଥା ନୁହେଁ । ଠିକ ସେହିପରି ଧର୍ମିକ ଚୋର ବି କିଛି ଏପରି କରିଥିଲା । ଚୋରୀ ସଫଳ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲା । ପରେ ସେହି ମନ୍ଦିରର ଦାନ ବାକ୍ସରୁ ଟଙ୍କା ଧରି ଚମ୍ପଟ୍ ମାରିଥିଲା ।

ଶୁକ୍ରବାର ମଧ୍ୟରାତ୍ରୀରେ ମରୁଣ୍ଡେଶ୍ୱରର ମନ୍ଦିରରେ ପଶିଥିବା ଅଭିଯୁକ୍ତ ମୁହଁରେ ମାସ୍କ, ଲାଲ ନୀଳ ରଙ୍ଗ ମିଶ୍ରିତ ସାର୍ଟ ଓ ଏକ ଜିନ୍ସ ପରିଧାନ କରିଥିଲା । ଭିଡିଓଟିକୁ ବାରମ୍ବାର ଦେଖିବା ପରେ ଅଭିଯୁକ୍ତ ଜଣକ ମନ୍ଦିର ହୁଣ୍ଡି ଲୁଟ୍ କରିବା ପୂର୍ବରୁ ପ୍ରାର୍ଥନା କରିଥିଲା ବୋଲି ଜଣାପଡିଥିଲା ।

କରୋନା ପାଇଁ ବହୁଦିନ ଧରି ମନ୍ଦିର ବନ୍ଦ ଥିବାବେଳେ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ପୋଲିସ ଅନୁମାନ କରୁଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ କରିଥିଲାବେଳେ ସିସିଟିଭ ଫୁଟେଜ ଜରିଆରେ ଅଭିଯୁକ୍ତକୁ ଧରିବା ଲାଗି ପ୍ରୟାସ ଚଳାଇଛି ।

Leave A Reply

Your email address will not be published.