Latest Odisha News

BREAKING NEWS

ବଲିଉଡ ଡ୍ରଗ୍ସ ଲିଙ୍କ: ଏନ୍‌ସିବି ରାଡାର୍‌ରେ ଦୀପିକା ପାଦୁକୋନ୍ ଓ ନମ୍ରତା ଶିରୋଦକର !

ମୁମ୍ବାଇ: ଏବେ ଏନ୍‌ସିବି ରାଡାର୍‌ରେ ଆଉ ୨ ବଲିଉଡ ଷ୍ଟାର । ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଓ ରାକୁଲ ପ୍ରିତ ସିଂହଙ୍କ ପରେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ନାଁ ସାମ୍ନାକୁ ଆସିଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତଦନ୍ତରୁ ଜଣାପଡିଛି ଯେ, ଡି ଓ କେ ନାଁରେ ଦୁଇ ଜଣ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଛନ୍ତି । ଏନ୍‌ସିବିର ସୂଚନା ଅନୁସାରେ ଏହି ଡି ନାଁ ଧାରୀ ହେଉଛନ୍ତି ଦୀପିକା ଏବଂ କେ’ ହେଉଛନ୍ତି କରିଶ୍ମା । ଜୟା ଶାହାଙ୍କ କମ୍ପାନୀ କ୍ୱାନ୍‌ର ମ୍ୟାନେଜର କରିଶ୍ମାଙ୍କ ସହ ଦୀପିକା କ’ଣ କଥା ହୋଇଥିଲେ, ତାର ପୁରା ହ୍ୱାଟସଅପ୍ ଚାର୍ଟଲିଷ୍ଟ ଏନ୍‌ସିବି ହାତରେ ଲାଗିଛି । ଏହାପରେ କରିଶ୍ମାଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ସମନ ପଠାଇଛି । ଏବଂ ଖୁବ୍‌ଶୀଘ୍ର ଦୀପିକା ପାଦୁକୋନକୁ ମଧ୍ୟ ଏନ୍‌ସିବି ସମନ ପଠାଇପାରେ ।

ସେପଟେ ଏହି ଚାଟ୍‌ଲିଷ୍ଟରେ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଜୟାଙ୍କ ସହ ଡ୍ରଗ୍ସ ବିଷୟରେ ହ୍ୱାଟସଅପ୍‌ରେ ଜଣେ ‘ଏନ୍‌’ ନାଁଧାରୀ କଥା ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଏନ୍‌ସିବି ଆଶଙ୍କା କରୁଛି ଯେ, ‘ଏନ୍‌’ ନାଁ ଧାରୀ ହେଉଛନ୍ତି ଅଭିନେତ୍ରୀ ନମ୍ରତା ଶିରୋଦକର । ମିଳିଥିବା ସୂଚନା ଅନୁସାରେ ଏନ୍‌ସିବିକୁ ଏହି ବାବଦରେ କିଛି ତଥ୍ୟ ମଧ୍ୟ ମିଳିଛି । ତେଣୁ ତାଙ୍କୁ ମଧ୍ୟ ସମ୍‌ନ ପଠାଯିବାର ସମ୍ଭାବନା ରହିଛି । ସୂଚନା ଯୋଗ୍ୟ ଯେ, ଜୟା ଶାହା ହେଉଛନ୍ତି ସୁଶାନ୍ତ ସିଂଙ୍କ ଟ୍ୟାଲେଂଟ ମ୍ୟାନେଜର । ସୋମବାର ତାଙ୍କୁ ଏନ୍‌ସିବି ପଚରାଉଚରା କରିଛି ।

Leave A Reply

Your email address will not be published.