Latest Odisha News

BREAKING NEWS

ବିପଦ ସଂକେତ ଉପରେ ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଲା ଜଳକା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତା ବ୍ଲକ ମଥାନୀରେ ଜଳକା ବିପଦ ସଂକେତ ୫. ୫୦ ମିଟର ଥିବା ବେଳେ ସେଠାରେ ଜଳସ୍ତର ୫.୮୦ ମିଟର ରହିଛି ।

ଗତକାଲି ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ସୁଳିଆପଦା ଓ ଚିତ୍ରଡା ଅଂଚଳରେ ପ୍ରବଳ ବର୍ଷା ହୋଇଥିଲା । ସେଥିପାଇଁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।

ସେପଟେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ପରେ ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଆଜି ରାଜ୍ୟର ଦୁଇଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

Leave A Reply

Your email address will not be published.