ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିଜ ଟ୍ୱିଟର ଆକାଉଣ୍ଟର ନାମ ବଦଳାଇ ‘ଶାନ୍ତିପ୍ରିୟା’ ରଖିଛନ୍ତି । କୁହାଯାଉଛି ଯେ ‘ଓମ୍ ଶାନ୍ତି ଓମ୍’ ଫିଲ୍ମର ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ଏଭଳି କରିଛନ୍ତି ।
ଏପରିକି ଟ୍ୱିଟରର ନାମ ବଦଳାଇବା ସହ ଦୀପିକା ପ୍ରୋଫାଇଲ୍ ପିକ୍ଚର ମଧ୍ୟ ପରିବର୍ତ୍ତନ କରିଛନ୍ତି।
ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଡେବ୍ୟୁ କରିବା ସହ ଦୀପିକା ବେଷ୍ଟ ଫିମେଲ୍ ଡେବ୍ୟୁଟ୍ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ହାତେଇଥିଲେ । ଏପରିକି ସେ ଏହି ଫିଲ୍ମ ପାଇଁ କୌଣସି ସ୍କ୍ରିନ୍ ଟେଷ୍ଟ ମଧ୍ୟ କରିନଥିଲେ । ଫରାହ ଖାନ୍ ତାଙ୍କୁ ଦେଖିଥିବା ବେଳେ ବଲିଉଡରେ ବ୍ରେକ୍ ମଧ୍ୟ ମିଳି ଯାଇଥିଲା ।
Comments are closed.