Latest Odisha News

ଜାଣନ୍ତି କି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ପ୍ରିୟ ଗୀତ କ’ଣ?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରିୟ ଗୀତ କଣ? ତେବେ ଇନଷ୍ଟାଗ୍ରାମରେ ଦୀପିକା ତାଙ୍କର ପ୍ରିୟ ଗୀତକୁ ନେଇ ଖୁଲାସା କରିଛନ୍ତି।

ମାର୍ଚ୍ଚ ୩୧ ବୁଧବାର ଦିନ ଦୀପିକା ପାଦୁକୋନ ଇନଷ୍ଟାଗ୍ରାମରେ ଏକ ନୂଆ ରିଲ ସେୟାର କରିଛନ୍ତି ଯେଉଁଠାରେ ସେ ତାଙ୍କ ପ୍ଲେଲିଷ୍ଟ ବିଷୟରେ କିଛି କହୁଥିବା ଦେଖିବାକୁ ମିଳିଛି। ଯେତେବେଳେ ତାଙ୍କୁ ତାଙ୍କ ପ୍ଲେଲିଷ୍ଟ ଦେଖାଇବାକୁ କୁହାଯାଇଥିଲା, ସେ କହିଥିଲେ ଯେ ସେ ଏହାକୁ ନେଇ ବହୁତ ପୋଜେସିଭ୍‌।

ଏହି ଭିଡିଓରେ ଦୀପିକା ତାଙ୍କର “ପ୍ରିୟ” ଗୀତ ସମ୍ପର୍କରେ ପ୍ରକାଶ କରିଛନ୍ତି। ଦୀପିକାଙ୍କ ପ୍ରିୟ ଗୀତ ହେଉଛି ଜଷ୍ଟିନ ବିବରଙ୍କ ‘Peaches’ ସଙ୍ଗ୍‌। ଭିଡିଓରେ ଦୀପିକା ପାଦୁକୋନ ନିଜକୁ ଜଣେ “ବହୁତ ଭଲ ଡିଜେ” ବୋଲି ମଧ୍ୟ କହିଛନ୍ତି।

Comments are closed.