Latest Odisha News

BREAKING NEWS

ଯୋଗ ଶିଖୁଛନ୍ତି ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ଫିଲ୍ମରେ ଜୀବନ୍ତ ଅଭିନୟ ପାଇଁ ଆପ୍ରାଣ ଉଦ୍ୟମ କରିଥାନ୍ତିି । ଏବେ ସେ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଫିଲ୍ମ ପାଇଁ ସେ ଯୋଗାଭ୍ୟାସ କରୁଛନ୍ତି । କରୋନା ଭାଇରସ ଲକଡାଉନ ଯୋଗୁ ସେ ଏଥିପାଇଁ ଯଥେଷ୍ଟ ସମୟ ଦେଇ ପାରୁଛନ୍ତି । ଫିଲ୍ମ ସମ୍ପର୍କରେ ନିର୍ମାତା ସମସ୍ତ ପ୍ରକାର ଗୋପନୀୟତା ଅବଲମ୍ବନ କରୁଛନ୍ତି । ଏହାର ଷ୍ଟୋରୀକୁ ବାହାରେ ପ୍ରକାଶ ନ କରିବା ପାଇଁ ଟିମ୍ ପକ୍ଷରୁ ପ୍ରଥମରୁ ନିଷ୍ପତି ନିଆଯାଇଛି ।

ଲକଡାଉନ କଟକଣା ଉଠିବା ପରେ ଫିଲ୍ମ ଫ୍ଲୋରକୁ ଯିବ । ଏହି ଫିଲ୍ମରେ ଦୀପିକାଙ୍କ ସହ ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେ ମଧ୍ୟ ଅଭିନୟ କରୁଛନ୍ତି । ଦୀପିକାଙ୍କ ଛପାକ୍ ଫିଲ୍ମ ବେଶ୍ ଆଦୃତ ହୋଇଥିବାରୁ ପ୍ରଶଂସକଙ୍କ ସେ ଆଉ ଏକ ନୂତନ ପ୍ରକାର ଭେଟି ଦେବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.