Latest Odisha News

BREAKING NEWS

ଓଲଟିଲା ଅଏଲ୍ ଟ୍ୟାଙ୍କର, ନଦୀରେ ଭାସିଲେ ମଲା ମାଛ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟି ପଡିଲା ତେଲ ଟ୍ୟାଙ୍କର । କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୫୨୦ କଳାପାହାଡ ତଲକ୍ ହଟିଙ୍ଗ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କରଟି ଫର୍ଣ୍ଣେସ୍ ଅଏଲ୍ ନେଇ ବଡ଼ବିଲରେ ଥିବା ଆରିୟା ଷ୍ଟିଲ ପିଲେଟ୍ ପ୍ଲାଣ୍ଟକୁ ଯିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଟ୍ୟାଙ୍କର ଓଲଟିବା ଫଳରେ ସେଥିରେ ଥିବା ବିଷାକ୍ତ ଫର୍ଣ୍ଣେସ୍ ଅଏଲ୍ ନିର୍ଗତ ହୋଇ ପାଖରେ ଥିବା ସୁନା ନଦୀରେ ମିଶିଯାଇଛି । ବିଷାକ୍ତ ତେଲ ନଦୀ ପାଣିରେ ମିଶିଯିବା ଫଳରେ ନଦୀରେ ଥିବା ମାଛ , ପୋକ ସବୁ ମରି ଭାସୁଥିବାର ଦେଖିବାକୁ ମିଳିଛି ।

ସେପଟେ ତେଲର ଦୁର୍ଗନ୍ଧ ଯୋଗୁଁ ନିକଟରେ ଥିବା ତଲକ୍ ହଟିଙ୍ଗ୍ ବସ୍ତିବାସିନ୍ଦା ରହିପାରୁନାହାନ୍ତି । କିଛି ଲୋକ ନଦୀରେ ଗାଧୋଇବା ଦ୍ୱାରା ସେମାନଙ୍କ ଆଖି ଫୁଲିଯିବା ସହ ଦେହ ହାତ କୁଣ୍ଡେଇ ହେଉଥିବା ଅଭିଯୋଗ ହୋଇଛି। । ହଟିଙ୍ଗ୍ ଅଂଚଳରୁ ଅତିଶିଘ୍ର ବିଷାକ୍ତ ତେଲକୁ କୁ ସଫା କରାଯିବା ସହ ସୁନା ନଦୀର ପାଣିକୁ ମଧ୍ୟ ତୁରନ୍ତ ସଫା କରିବାକୁ ଦାବି କରାଯାଇଛି ।

Leave A Reply

Your email address will not be published.