ମୁମ୍ବାଇ: ଆଜିଠୁ ମା ଦୂର୍ଗାଙ୍କର ନବରାତ୍ରି ପୂଜା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନ ଅବସରରେ ବଲିଉଡର ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ତାଙ୍କର ଆଗାମୀ ଆକ୍ସନ୍ ଫିଲ୍ମ ‘ସିଙ୍ଗମ୍ ଅଗେନ୍ ର ଫାଷ୍ଟ ପୋଷ୍ଟର ସେ ଆଜି ସେୟାର କରିଛନ୍ତି । ଦୀପିକା ତାଙ୍କ ଇନଷ୍ଟା ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଚଳଚିତ୍ରରେ ତାଙ୍କ ଚରିତ୍ରର ନାମ ଶକ୍ତି ଶଟ୍ଟୀ ରହିଛି ।
ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ଦୁଇଟି ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, “ନାରୀ ଶକ୍ତି କା ଭି ରୂପ୍ ହୈ , ଦୁର୍ଗା କା ଭି । ଆମର କପ ୟୁନିଭର୍ସର ସବୁଠାରୁ ନିଷ୍ଠୁର ତଥା ଅତ୍ୟାଚାରକାରୀ ଅଧିକାରୀ , ଶକ୍ତି ସେଟ୍ଟୀ । ମାଇଁ ଲେଡି ସିଘଂମ୍ , ଦୀପିକା ପାଦୁକୋନ୍ । ପୋଷ୍ଟରରେ ଦୀପିକା ପ୍ରଥମ ଥର ପାଇଁ ପୋଲିସ ୟୁନିଫର୍ମରେ ନଜର ଆସିଛନ୍ତି । ଦୀପିକାଙ୍କର ଏହି ଲୁକକୁ ପ୍ରଶଂସକମାନେ ବହୁତ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଦୀପିକାଙ୍କ ସହ ଅଜୟ ଦେବଗନ୍ ଏବଂ କରୀନା କପୁର ଖାନ୍ ମଧ୍ୟ ନଜର ଆସିବେ ।
Comments are closed.