Latest Odisha News

BREAKING NEWS

୨୦୨୧ରେ ବକ୍ସ ଅଫିସରେ ଧୂମ ମଚାଇବେ ଦୀପିକା

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ୨୦୨୧ ଖାସ୍ ହେବାକୁ ଯାଉଛି । ଆଗାମୀ ବର୍ଷ ତାଙ୍କର ୫ଟି ବଡ ବ୍ୟାନରର ଫିଲ୍ମ ରିଲିଜ ହେବାକୁ ଥିବାରୁ ସେ ଧୂମ୍ ମଚାଇବେ ବୋଲି ଆଶା କରାଯାଉଛି । ଦୀପିକା ଶକୁନ ବାତ୍ରାଙ୍କ ଏକ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେଙ୍କ ସହ ଅଭିନୟ କରୁଛନ୍ତି । ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ମଧ୍ୟ ରହିଛି । ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ ସେ ପଠାନ ଫିଲ୍ମ ମଧ୍ୟ ୨୦୨୧ରେ ରିଲିଜ ହେବ । ପୂର୍ବରୁ ଉଭୟ ଚେନ୍ନଇ ଏକ୍ସପ୍ରେସ ପରି ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି ।

ସେହିପରି ମେଗାଷ୍ଟାର ଅମିତାଭ ବଚ୍ଚନ, ବାହୁବଳୀ ଫେମ୍ ପ୍ରଭାସଙ୍କ ସହ ନାଗ ଅଶ୍ୱିନଙ୍କ ଏକ ଫିଲ୍ମରେ ଦୀପିକା ଅଭିନୟ କରୁଛନ୍ତି । ଏହା ମଧ୍ୟ ଆଗାମୀ ବର୍ଷ ରିଲିଜ ହେବ । ହଲିଉଡ ଫିଲ୍ମ ଦ ଇଂଟର୍ଣ୍ଣର ରିମେକରେ ଅଭିନୟ କରୁଛନ୍ତି । ବହୁ ପ୍ରତୀକ୍ଷିତ ମହାଭାରତ ଫିଲ୍ମରେ ମଧ୍ୟ ସେ ଦ୍ରୌପଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ତେବେ ଏହା ପ୍ରି ପ୍ରଡକ୍ସନ ଷ୍ଟେଜରେ ଥିବାରୁ କେବେ ରିଲିଜ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ ।

Leave A Reply

Your email address will not be published.