Latest Odisha News

BREAKING NEWS

ଆମେରିକାରେ ଦିଆଗଲା ପ୍ରଥମ କରୋନା ଟିକା, ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାରେ ଆଜି କରୋନା ଭାଇରସ୍ ଭ୍ୟାକସିନର ପ୍ରଥମ ଡୋଜ ଦିଆଯାଇଛି । ଏହା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରି ଆମେରିକା ଓ ସାରା ବିଶ୍ବର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ନ୍ୟୁୟର୍କରେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଫାଇଜରର ପ୍ରଥମ କରୋନା ଭ୍ୟାକସିନ୍ ଦିଆଯାଇଛି ।

ଆମେରିକୀୟ ଫାଇଜର କମ୍ପାନୀ ଓ ଜର୍ମାନ କମ୍ପାନୀ ବାୟୋଏନଟେକ୍ ଦ୍ବାରା ବିକଶିତ କୋଭିଡ୍ ଟିକା ବର୍ତ୍ତମାନ ସୁଦ୍ଧା କାନାଡା, ବ୍ରିଟେନ, ବାହାରିନ୍‌ ଓ ସିଙ୍ଗାପୁରକୁ ପ୍ରଦାନ କରାଯାଇଛି । ଫାଇଜର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଗତ ସପ୍ତାହରେ ଅନୁମତି ଦେଇଥିଲା ଆମେରିକା ।

ଆଜିର ଟିକାକରଣ ସହ ଆମେରିକା ଇତିହାସରେ ମହାମାରୀ ବିରୋଧରେ ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଟିକାକରଣରେ ସ୍ବାସ୍ଥ୍ୟକର୍ମୀ ଓ ନିର୍ସିଂ ହୋମ୍ କର୍ମଚାରୀଙ୍କୁ ଅଧକ ପ୍ରାଥମିକତା ଦିଆଯିବ । କରୋନା ଭାଇରସ୍ ଦ୍ବାରା ଆମେରିକାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

Leave A Reply

Your email address will not be published.