Latest Odisha News

BREAKING NEWS

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ: ଭାରତରେ ହୋଇପାରେ ଉତ୍ପାଦନ

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ୍-ଭି ୯୧.୪ ପ୍ରଭାବଶାଳୀ ଜଣାପଡ଼ିଛି । ଭ୍ୟାକ୍ସିନର ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି । ଋଷ କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭିକୁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ । ଟିକା ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସ୍ପୁଟନିକ୍-ଭିର ପ୍ରଥମ ଡୋଜ୍ ଦେବାର ୨୧ ଦିନ ପରେ ମିଳିଥିବା ତଥ୍ୟର ବିଶ୍ଳେଷଣ କରାଯାଇଥିଲା । ଏଥିରେ ସ୍ପୁଟନିକ୍-ଭି ୯୧.୪ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଥିଲା ।

ଏହି ବିଶ୍ଳେଷଣ ୨୨୭୪୧ ଜଣଙ୍କ ଠାରେ କରାଯାଇଥିଲା । ଏମାନଙ୍କୁ ସ୍ପୁଟନିକ୍-ଭିର ପ୍ରଥମ ଓ ଦ୍ବିତୀୟ ଡୋଜ୍ ଦିଆଯାଇଥିଲା । ସ୍ପୁଟନିକ୍-ଭି ତୃତୀୟ ତଥା ଶେଷ ଡୋଜରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ଥିବା ଜଣାପଡ଼ିଛି । ଭାରତରେ ସ୍ପୁଟନିକ୍-ଭି ଉତ୍ପାଦନ ନେଇ ଆଲୋଚନା ଚାଲିଥିବା ବେଳେ ଟିକା ପ୍ରଭାବଶାଳୀ ନେଇ ଖବର ଆସିଛି । ସ୍ପୁଟନିକ୍-ଭି ୨୦୨୧ରେ ଭାରତରେ ଉତ୍ପାଦନ କରିବା ନେଇ ଯୋଜନା ରହିଛି ।

ବର୍ତ୍ତମାନ ସ୍ପୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଲାରୁସ୍‌, ୟୁଏଇ, ବେନେଜୁଏଲା ଆଦି ଦେଶରେ ଚାଲିଛି । ଭାରତରେ ଏହାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ସ୍ପୁଟନିକ୍-ଭି ପାଇଁ ଋଷକୁ ୫୦ରୁ ଅଧିକ ଦେଶ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.