ମୁମ୍ବାଇ: ଫାରାହା ଖାଁ ଓ ଦୀପିକା ପାଦୁକୋନଙ୍କ ମଧ୍ୟରେ ଦିନକୁ ଦିନ ଅଶାନ୍ତି ବୃଦ୍ଧି ପାଉଛି । ଏବେ ଉଭୟ ସୋସିଆଲ ମିଡିଆ ଆକାଂଉଟରେ ଉଭୟ ପରସ୍ପରକୁ ଅନଫଲୋ କରିଛନ୍ତି । ଫାରାହ ଓ ଅଭିନେତ୍ରୀ ରାଧିକା ମଦାନଙ୍କ ଏକ ଆଲୋଚନା ଏହି ବିବାଦର ସୂତ୍ରପାତ କରିଥିଲେ । ପ୍ରଥମ ଅଡିଶନ ଅଭିଜ୍ଞତା ସମ୍ପର୍କରେ ଫାରାହ ତାଙ୍କୁ କହିଥିଲେ ଆପଣଙ୍କ ଶିଫ୍ଟ କଣ ୮ ଘଂଟା ପର୍ଯ୍ୟନ୍ତ ରହୁଛି । ରାଧିକା କହିଥିଲେ ମୁଁ ୪୮ରୁ ୫୬ ଘଂଟା ଏକା ସମୟରେ ଖଟିଛି । ଫାରାହ କହିଥିଲେ ଏମିିତି ପରିଶ୍ରମ କଲେ ତୁମେ ବଡ କଳାକାର ହେବ । ଅନ୍ୟ ଏକ ବ୍ଲଗରେ ଫାରାହଙ୍କ କୁକ ଦିଲୀପ ତାଙ୍କୁ କହିଥିଲେ ଦୀପିକା ଶୋକୁ କେବେ ଆସିବେ ।
ଫାରାହ କହିଥିଲେ ସେ ଏବେ ୮ ଘଂଟା ଶୁଟିଂ କରୁଛନ୍ତି । ତାଙ୍କ ପାଖରେ ବ୍ଲଗକୁ ଆସିବା ପାଇଁ ସମୟ ନାହିଁ । ଦିଲୀପ ପୂନର୍ବରେ ଯେତେବେଳେ ପଚାରିଲେ ମାମ ଆପଣ କେବେ ଆସିବେ । ଫାରାହ କହିଥିଲେ ତୁ ଯେବେ ଗାଁକୁ ଯିବୁ । ୨୦୦୭ରେ ଫାରାହ ଓ ଦୀପିକା ଓମ ଶାନ୍ତି ଓମ ଫିଲ୍ମ ଏକତ୍ର କରିଥିଲେ । ନିକଟରେ ସନ୍ଦୀପ ରେଡ୍ଡୀଙ୍କ ଫିଲ୍ମ ସ୍ପିରିଟରୁ ଦୀପିକା ଓହରି ଯାଇଥିଲେ । ସେ ୮ ଘଂଟାରୁ ଅଧିକ କାମ କରିବାକୁ ମନା କରିଥିଲେ । ଦୀପିକାକୁ ଆକ୍ଷେପ କରି ଫାରାହ କହିଥିବାରୁ ଏହି ବିବାଦ ବଢ଼ିବାରେ ଲାଗିଛି ।
Comments are closed.