ମୁମ୍ବାଇ: ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନକୁ ଫିଲ୍ମ ହଲରେ ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ, ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ରହିଛନ୍ତି । ଇତି ମଧ୍ୟରେ ସୋମବାର ମେକର୍ସଙ୍କ ପକ୍ଷରୁ ଏକ ମୋଶନ ପୋଷ୍ଟର ଜାରୀ କରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ଦୀପିକାଙ୍କ ଫାଷ୍ଟ ଲୁକ ମଧ୍ୟ ଜାରୀ କରାଯାଇଛି । ହାତରେ ବନ୍ଧୁକ ଧରି ଦୀପିକାଙ୍କ ଆକ୍ସନ ମୁଡକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଜଣେ ୟୁଜର୍ସ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ହାତରେ ବନ୍ଧୁକ ଧରିବା କଣ ଆବଶ୍ୟକ, ତୁମ ଆଖିରେ ସେମିତି ଲୋକେ ମରିଯିବେ । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ଏହି ଫିଲ୍ମ ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶକ ହୋଇଥିବା ବେଳେ ଫିଲ୍ମଟି ୟଶରାଜ ବ୍ୟାନରରେ ନିର୍ମିତ ହେଉଛି । ଜୀରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପୁନର୍ବାର ଦର୍ଶକଙ୍କ ପ୍ରିୟ ହେବା ଲକ୍ଷ୍ୟରେ ରହିଛନ୍ତି ।
BREAKING NEWS
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
Comments are closed.