Latest Odisha News

BREAKING NEWS

NCBର ସମନ୍ ପରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଗାଏବ୍‌

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଲତାଡ କରୁଛି ଏନ୍‌ସିବି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ ମଧ୍ୟ ଏନ୍‌ସିବି ପଚରାଉଚରା କରିଛି । ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାଁ ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସିଛି । ତାଙ୍କୁ ପଚରାଉଚରା କରିବା ପାଇଁ ଏନ୍‌ସିବି ସମନ୍ ଜାରି କରିଛି । କିନ୍ତୁ ସେ ଏନ୍‌ସିବିର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ଜଣାପଡିଛି ।

ଏନ୍‌ସିବି ସମନ୍ କରିବା ପରେ ମଧ୍ୟ କରିସ୍ମା ତଦନ୍ତ ପ୍ରକ୍ରିୟା ସାମିଲ ହୋଇନାହାନ୍ତି । କରିସ୍ମାଙ୍କର କୌଣସି ପତା ମିଳୁନାହିଁ । ଏନସିବି ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି । ପୂର୍ହରୁ ମଧ୍ୟ ସମନ କରାଯାଇଥିଲା। ହେଲେ କରିସ୍ମା ହାଜର ହୋଇ ନ ଥିଲେ। କରିସ୍ମା ଦୀର୍ଘ ଦିନ ହେଲା ଗାୟବ ଅଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଅଛି। ଏଣୁ ଏନସିବି ଗୁରୁଗ୍ରାମରେ ରହୁଥିବା ତାଙ୍କ ମାଆ ମିତାକ୍ଷରା ପୁରୋହିତଙ୍କୁ ସମନ କରିଛି।

ଏହାସହ ଏନସିବି କରିସ୍ମାଙ୍କ କ୍ୱାନ୍ ଟ୍ୟାଲେଣ୍ଟ ଏଜେନ୍ସିକୁ ମଧ୍ୟ ସମନ ପଠାଇଛି। ଏନସିବି ମୁତାବକ, କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏଣୁ ତାଙ୍କୁ ଏନସିବିର ପ୍ରଶ୍ନର ଜବାବ ଦେବା ଉଚିତ୍। ଏପଟେ ଏନସିବିକୁ କରିସ୍ମା ଧରା ଛୁଆଁ ଦେଉ ନାହାନ୍ତି ହେଲେ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି।

Leave A Reply

Your email address will not be published.