Latest Odisha News

BREAKING NEWS

ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବେ CRPF‌ ଯବାନ

ୟୁପି: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରକୁ ମିଳିଲା କଡା ସୁରକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକକ୍ରମେ ଏହି ସୁରକ୍ଷାକୁ ଆହୁରି କଡା କଡି କରାଯାଇଛି । ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆର୍‌ପିଏଫ୍ ଯବାନ ମୁତୟନ କରାଯାଇଛି । ଯବାନମାନଙ୍କ ରହଣି ପାଇଁ ପୀଡ଼ିତାଙ୍କ ଗାଁ ରାମପୁରରେ ଥିବା ଏକ ସ୍କୁଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଏହା ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ସେମାନଙ୍କ ସୁରକ୍ଷାରେ ନିୟୋଜିତ ଥିଲା । ଗତ ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ପରିବାରକୁ ଯୋଗାଇ ଦିଆଯାଉଥିବା ସୁରକ୍ଷାର ସମୀକ୍ଷା କରିଥିଲେ ।

ଖଣ୍ଡପୀଠ କହିଥିଲେ, ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଯୋଗାଉଥିବା ସୁରକ୍ଷା ଆଶ୍ୱସ୍ତିଜନକ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ସିଆର୍‌ପିଏଫ୍‌ ଯବାନଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ । ଏଣୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ପୁଲିସ ବଦଳରେ ସିଆର୍‌ପିଏଫ୍‌ ଯବାନଙ୍କୁ ସେଠାରେ ମୁତୟନ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.