ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ୨୧-୧୬, ୧୬-୨୧ ୨୭-୨୫ରେ ସେମାନେ ଏହି ବିଜୟ ହାସଲ କରିଥିଲେ ।
ତୀରନ୍ଦାଜ: ଭାରତର ତିରନ୍ଦାଜ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ମିକ୍ସଡ ଟିମ ଇଭେଂଟର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ଦକ୍ଷିଣ କୋରିଆର ଆନ ସାନ ଓ କିମ୍ ଜେ ଡିଓକେଙ୍କ ନିକଟରୁ ୨-୬ରେ ପରାଜିତ ହୋଇଥିଲେ ।
ବ୍ୟାଡମିଂଟନ: ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ଭାରତର ସାଇ ପ୍ରଣୀଥ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ୨୦୧୯ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜପଦକ ବିଜେତା ପ୍ରଣୀଥ ଇସ୍ରାଏଲର ଅଶସିଡେଡ ମିଶା ଜିବଲେରମ୍ୟାନଙ୍କ ନିକଟରୁ ୧୭-୨୧, ୧୫-୨୧ ପଂଏଟରେ ପରାସ୍ତ ହୋଇଥିଲେ ।
ଟେବୁଲ ଟେନିସ: ଟେବୁଲ ଟେନିସ ମିକ୍ସଡ ଡବଲ୍ସରେ ଅଚନ୍ତ ଶରଥ କମଲ ଓ ମୋନିକା ବାତ୍ରା ପ୍ରି-କ୍ୱାର୍ଟରରେ ତାଇୱାନର ଲିନ ୟୁ ଜୁ ଓ ଚେଙ୍ଗ ଚିଙ୍ଗଙ୍କ ନିକଟରୁ ୦-୪ରେ ପରାଜିତ ହୋଇଛନ୍ତି । ୨୭ ମିନିଟ ମଧ୍ୟରେ ତାଇୱାନ ଯୋଡି ୧୧-୮, ୧୧-୬, ୧୧-୫ ଓ ୧୧-୪ରେ ଭାରତୀୟ ଯୋଡିଙ୍କୁ ମାତ ଦେଇଥିଲେ ।
BREAKING NEWS
- banned junk food: ବ୍ୟାନ ହେଲା ପିଜା-ବର୍ଗର,ଏପରିକି ଜଙ୍କ ଫୁଡ୍ ବିଜ୍ଞାପନ ମଧ୍ୟ ଚାଲିବନି…
- Slogans Against Modi, Shah: ହେବ ମୋଦୀ-ଶାହାଙ୍କ କବର…JNUରେ ତାତିଲେ ଛାତ୍ର
- ପ୍ରକାଶ ପାଇବ ଉତ୍ତରପ୍ରଦେଶ SIRର ଡ୍ରାଫ୍ଟ, ଭୋଟର ତାଲିକାରୁ ବାଦ ପଡିଯିବ ଏତେ କୋଟି ନାଁ!
- Mohammed Mokim: ୧୨ ତାରିଖରେ ନୂଆ ଦଳ ପାଇଁ ମୂଳଦୁଆ ପଡିବ: ମୋକିମ
- Israel strikes In Lebanon: ଲେବାନନରେ ଉପରେ ଆକ୍ରମଣ କଲା ଇସ୍ରାଏଲ, ଅନେକ ହିଜବୋଲା ଲକ୍ଷ୍ୟସ୍ଥଳକୁ ଟାର୍ଗେଟ…
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫୪ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
- Former Union Minister Suresh Kalmadi: ବରିଷ୍ଠ କଂଗ୍ରେସ ନେତା ସୁରେଶ କଲମାଡିଙ୍କ ଦେହାନ୍ତ
- Cold Wave: ୨ ଦିନର ବ୍ରେକ୍ ପରେ ଫେରିଲା ଶୀତ, ପୁଣି ଜାଡରେ ଥରିଲା ଓଡିଶା
- Low Pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
- ଭାରତୀୟ ଭଲିବଲ୍ ସଂଘ ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହେଲେ ଅଚ୍ୟୁତ ସାମନ୍ତ…
Comments are closed.