ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଭାରତର ପ୍ରଥମ ବୋଲର ଭାବେ ଦୀପ୍ତି ଶର୍ମା ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଗତ ବର୍ଷ ଇଶି ୱିଙ୍ଗ ପ୍ରଥମ ବୋଲର ଭାବେ ଏହି ଲିଗରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଦୀପ୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ୟୁପି ୱାରିୟର୍ସ ୧ ରନରେ ଦିଲ୍ଲୀକୁ ପରାସ୍ତ କରିଛି । ଦୀପ୍ତି ଏହି ମ୍ୟାଚରେ ବ୍ୟାଟିଂରେ ୫୯ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଦୀପ୍ତି ୧୪ତମ ଓଭରରେ ଶେଷ ବଲରେ ମେଗ ଲାନିଂକୁ ୬୦ ରନରେ ଆଉଟ କରିଥିଲେ ।
ଏହା ପରେ ସେ ୧୯ତମ ଓଭର ବୋଲିଂ କରି କ୍ରମାଗତ ୨ଟି ବଲରେ ୨ଟି ୱିକେଟ ନେଇଥିଲେ । ସେ ଆନ୍ନାବେଲ ସଟରଲାଣ୍ଡ ଓ ଅରୁନ୍ଧତୀ ରେଡ୍ଡୀଙ୍କୁ ଆଉଟ କରିଥିଲେ । ଦୀପ୍ତିଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ୟୁପି ଟିମ ଫାଇଦାରେ ରହିଛି । ରୋମାଂଚକ ମୁକାବିଲା ଯୋଗୁ ଡବ୍ଲ୍ୟୁପିଏଲର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।
Comments are closed.