Latest Odisha News

BREAKING NEWS

ତାମିଲନାଡ଼ୁରେ କଂଗ୍ରେସ-ଏମଏନଏମ-ଡିଏମକେର ମେଣ୍ଟ !

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ। ଏହା ପୂର୍ବରୁ ଦେଶରେ ରାଜନୈତିକ ହଲଚଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ବିଭିନ୍ନ ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ତାମିଲନାଡ଼ୁରେ କଂଗ୍ରେସ ଓ ଏମଏନଏମ ମଧ୍ୟରେ ମେଣ୍ଟ ହେବାର ଖବର ସାମ୍ନାକୁ ଆସିଛି। ଏହି ଦୁଇ ଦଳ ସହିତ ଡିଏମକେ ମଧ୍ୟ ମେଣ୍ଟ କରିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଛି।

ଦକ୍ଷିଣ ଭାରତରେ ବିଜେପି ନିଜର ସ୍ଥିତିକୁ ମଜବୁତ କରିବାକୁ ପ୍ରୟାସ କରୁଥିବା ବେଳେ ନିରାଶ ହେବାକୁ ପଡ଼ିଛି। ଦକ୍ଷିଣ ଭାରତରେ ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଉଛି। ଆନ୍ଧ୍ରପ୍ରଦେଶରେ ବିଜେଡି ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ସହିତ ଏକ ଚୁକ୍ତି କରିଥିବାବେଳେ ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଦକ୍ଷିଣ ଭାରତରେ ନିଜର ଅଧିକାର ଛାଡ଼ିବାକୁ ଚାହୁଁନାହିଁ। ତାମିଲନାଡୁରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଶାସକ ଡିଏମକେ କଂଗ୍ରେସ ତଥା ଚଳଚ୍ଚିତ୍ର ନିର୍ମାତା କମଲ ହାସନଙ୍କ ଏମଏନଏମ ସହ ଆସନ ଆସନ ବୁଝାମଣା କରିବାକୁ ଯାଉଛି।

କଂଗ୍ରେସ ଇଣ୍ଡିଆ ମେଣ୍ଟକୁ ଆଗରେ ରଖି ଦକ୍ଷିଣ ଭାରତରେ ଏକ ଭୋଟ୍ ବ୍ୟାଙ୍କ ଗଠନ କରିବାକୁ ଚାହୁଁଛି। କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଶୁକ୍ରବାର ଦିନ ପ୍ରକାଶ ପାଇଛି। ଦେଖାଯାଇଛି ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେରଳର ୱାୟନାଡ଼ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଶଶି ଥରୁର ଥିରୁବନନ୍ତପୁରମରୁ ନିର୍ବାଚନ ଲଢିବେ।

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଦଳ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ଉପରେ ଅନ୍ତିମ ଚୁକ୍ତି ଶନିବାର ଦିନ ହୋଇଥିଲା। ତାଙ୍କ ଦଳ ମକ୍କାଲ ନିହି ମାୟାମ ମଧ୍ୟ ଏହି ମିଳିତ ମଞ୍ଚରେ ନିର୍ବାଚନ ଲଢିବେ। ସେମାନଙ୍କ ପାଇଁ ଆସନ ମଧ୍ୟ ଜାରି କରାଯାଇଛି। ଏଠାରେ କହି ରଖୁ ଯେ ଡିଏମକେ ଦୀର୍ଘ ଦିନ ଧରି କଂଗ୍ରେସର ଅଂଶୀଦାର ହୋଇଆସୁଛି। ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ​​ଡିଏମକେ ଏବଂ କଂଗ୍ରେସ ଏକାଠି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡିଏମକେ ଇଣ୍ଡିଆ ମେଣ୍ଟର ଏକ ସଦସ୍ୟ ମଧ୍ୟ ରହିଛି।

କେତେ ଆସନରେ କିଏ ଲଢିବେ
ତାମିଲନାଡୁରେ ୩୯ଟି ଆସନ ରହିଛି। ଏଥିରେ ୧୦ଟି ଆସନରେ କଂଗ୍ରେସ ନିର୍ବାଚନ ଲଢିବେ। କମଲ ହାସନଙ୍କ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢିବେ। ଅନ୍ୟ ଆସନରେ ଡିଏମକେ ଲଢିବ। ଗତ ନିର୍ବାଚନରେ ମେଣ୍ଟ ବେଶ ଦମଦାର ପ୍ରଦର୍ଶନ କରିଥିଲା। ଡିଏମକେ-କଂଗ୍ରେସ, ସିପିଆଇ, ସିପିଆଇଏମ ମେଣ୍ଟ ୩୯ରୁ ୩୮ଟି ଆସନରେ ବିଜୟ ହାସଲ କରିଥିଲେ। ଡିଏମକେ ୨୪ଟି ଆସନରେ ବିଜୟ ହାସଲ କରିଥିଲେ। କଂଗ୍ରେସ ୮ଟି ଆସନରେ ବିଜୟ ହାସଲ କରିଥିଲେ। ସିପିଆଇ ଓ ସିପିଆଇଏମ ଦୁଇଟି ଲେଖାଏଁ ଆସନରେ ବିଜୟ ହାସଲ କରିଥିଲେ।

Leave A Reply

Your email address will not be published.