Latest Odisha News

ସେନାର ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା, ସୈନିକ ପରିବାର ଚୀନ ମୋବାଇଲ ବ୍ୟବହାର କରନି

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସର୍ବଦା ଉତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥାଏ । ଇତି ମଧ୍ୟରେ ସୋମବାର ଭାରତୀୟ ସେନାର ଗୋଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରୀ କରିଛି । ଆମର ସୈନିକ ପରିବାରର ସଦସ୍ୟମାନେ ଚୀନ ମୋବାଇଲକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । କେତେକ ମୋବାଇଲରୁ ମେଲୱାୟର ଓ ସ୍ପାଇୱାୟାର ମିଳିଛି । ଭିଭୋ, ଅପ୍ପୋ, ୱାନ ପ୍ଲସ, ରିୟଲ ମି ପରି ମୋବାଇଲ ଫୋନ ଏଥିରେ ସାମିଲ । ସେହିପରି ଚୀନ ଆପକୁ ହଟାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଚୀନ ସେନା ଏହି ମୋବାଇଲ ମାଧ୍ୟମରେ ସୁରକ୍ଷା ସମ୍ପର୍କୀତ ତଥ୍ୟ ଚୋରାଇବା ପାଇଁ ଉଦ୍ୟମ କରୁଛି ।

ନିକଟରେ ବେଲୁନ ମାଧ୍ୟମରେ ଚୀନ ଗୁପ୍ତଚର କାମ କରୁଛି ବୋଲି ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଭାରତୀୟ ବାୟୁସେନା ଏହି ବେଲୁନ ଉପରେ କଡା ନଜର ରଖିଛନ୍ତି ।

Leave A Reply

Your email address will not be published.