Latest Odisha News

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ ମିଳିଛି ୟୁପିର କାନପୁର ସେଣ୍ଟ୍ରାଲ୍ ଷ୍ଟେସନରେ ।

ଦିଲ୍ଲୀରୁ ବିହାର ଯାଉଥିବା ବିକ୍ରମଶିଳା ଏକ୍ସପ୍ରେସର ଗୋଟିଏ କୋଚରେ ୪୦୦ରୁ ଅଧିକ ଯାତ୍ରୀ ଚଢ଼ି ଯାଇଥିଲେ । ଶତାଧିକ ଯାତ୍ରୀ ଟ୍ରେନରେ ଦିଲ୍ଲୀରୁ ଚଢ଼ିଥିବା ବେଳେ କାନପୁରରେ ଚଢ଼ିଥିଲେ ଆଉ କିଛି ଯାତ୍ରୀ । ଯାହା ଫଳରେ କୋଚ୍ ଆଉ ଭାର ସମ୍ଭାଳି ପାରି ନଥିଲା । କୋଚର ସ୍ପ୍ରିଙ୍ଗ ଦବି ଯାଇଥିଲା । ଆଉ ଗାର୍ଡଙ୍କ ଠାରୁ ସୂଚନା ପାଇ କାନପୁର ସେଣ୍ଟ୍ରାଲରେ ଆରପିଏଫ୍ କୋଚକୁ ଖାଲି କରିଥିଲେ । ଯାତ୍ରୀଙ୍କୁ ଅନ୍ୟ କୋଚକୁ ସ୍ଥାନାନ୍ତର ପରେ ଟ୍ରେନ୍ ଗଡ଼ିଥିଲା ।

କାନପୁର ସିଟିଏମଙ୍କ ଅନୁସାରେ, ଏସ୍୩ କୋଚ୍ ଦିଲ୍ଲୀରୁ ହିଁ ଭିଡ଼ ଥିଲା । କାନପୁରରେ ଆହୁରି ଅଧିକ ଯାତ୍ରୀ ଚଢ଼ିବାରୁ ସ୍ପ୍ରିଙ୍ଗ ଲୋଡ୍ ଉଠାଇ ପାରି ନଥିଲା । ଗୋଟିଏ ଡବାରେ ୭୨ଟି ସିଟ୍ ଥିବା ବେଳେ ପର୍ବ ପର୍ବାଣୀରେ ଗୋଟିଏ ସିଟରେ ୬ ଜଣ ଲୋକ ବସୁଛନ୍ତି । ଏପରିକି ରାସ୍ତା, ପାଇଖାନାରେ ବସି ଯାତ୍ରା କରୁଛନ୍ତି ଲୋକେ । ଯାହାଫଳରେ କୋଚର ନିୟନ୍ତ୍ରଣ ବିଗିଡ଼ି ଯାଇଥିଲା ।

Leave A Reply

Your email address will not be published.