ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହରେ ସୈନିକମାନଙ୍କ ସହ ହୋଲି ପର୍ବ ପାଳନ କରିଛନ୍ତି। ଲେହ ମିଲିଟାରୀ କ୍ୟାମ୍ପ ଯାଇ ସେଠାରେ ଯବାନଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ରଙ୍ଗ ଲଗାଇଲେ ମନ୍ତ୍ରୀ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ପ୍ରଥମେ ସିଆଚିନ ଅଞ୍ଚଳ ଯାଇ ହୋଲି ଖେଳିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପାଗ ଖରାପ ଯୋଗୁଁ ଲେହ ଯାଇଥିଲେ ରାଜନାଥ ସିଂ ।
ଏନେଇ ମନ୍ତ୍ରୀ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ଯେତେବେଳେ ମୁଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ପାଇଥିଲି, ସେହି ଦିନ ମୋର ପ୍ରଥମ ଗସ୍ତ ସିଆଚେନ୍ ଥିଲା। ଆଜି ଖରାପ ପାଗ ହେତୁ ସିଆଚେନ୍ ଯିବା ସମ୍ଭବ ନୁହେଁ, ତେଣୁ ମୁଁ ଲେହରୁ ସେଠାରେ ଥିବା ସମସ୍ତ ଯବାନଙ୍କୁ ହୋଲିର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଯବାନଙ୍କୁ ରଙ୍ଗ ଲଗାଇବା ସହ ମିଠା ଖୁଆଇଥିଲେ ।
Delighted to celebrate Holi with the soldiers of Indian Armed Forces in Leh, Ladakh. pic.twitter.com/lgff7UXxhA
— Rajnath Singh (मोदी का परिवार) (@rajnathsingh) March 24, 2024
ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ରାଜନାଥ ସିଂ ଆହୁରୀ କହିଛନ୍ତି ଯେ ଅନେକ ସମୟରେ ସେ ଯବାନଙ୍କୁ ଭେଟିଥାନ୍ତି। କିନ୍ତୁ ହୋଲି ଅବସରରେ ସାକ୍ଷାତ କରିବା ଏବଂ ତାଙ୍କ ସହିତ ହୋଲି ଖେଳିବା ସବୁଠାରୁ ଖୁସିର ମୁହୂର୍ତ୍ତ। ସୀମାରେ ଦେଶରକ୍ଷା ଲାଗି ଯବାନମାନେ ନିୟୋଜିତ ଅଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ମନୋବଳ ବଢାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲେହରେ ପହଞ୍ଚିଥିଲେ ।
Comments are closed.