Latest Odisha News

BREAKING NEWS

ଖେଳାଳିଙ୍କ ରଣଜୀ ଟ୍ରଫି ଫି ବଢ଼ାଇଲା ଏମସିଏ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ରଣଜୀ ଟ୍ରଫି ଖେଳାଳିଙ୍କ ମ୍ୟାଚ ଫିରେ ବୃଦ୍ଧି କରିଛି । ୨୦୨୪ ସିଜନରୁ ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ଖେଳାଳିଙ୍କୁ ଏଥର ୪.୮୦ ଲକ୍ଷ ଟଙ୍କା ମିଳିବ । ଏମସିଏର ଏହି ନିଷ୍ପତି ପରେ ବିସିସିଆଇ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ସମାନ ନିଷ୍ପତି ନେବେ ବୋଲି ଆଶା କରାଯାଉଛି । ରଣଜୀ ଖେଳାଳିଙ୍କୁ ବିସିସିଆଇ ପକ୍ଷରୁ ଦିଆ ଯାଉଥିବା ଫିସକୁ ୩ଟି ସ୍ଲାବରେ ଭାଗ କରାଯାଇଛ । ୪୦ରୁ ଅଧିକ ପ୍ରଥମ ଶ୍ରେଣୀ ଖେଳିଥିବା ଖେଳାଳିଙ୍କୁ ଦିନକ ପାଇଁ ୬୦ ହଜାର ଟଙ୍କା ମିଳିଥାଏ । ୨୧ରୁ ୪୦ ମ୍ୟାଚ ଖେଳିଥିବା ଖେଳାଳିଙ୍କୁ ୫୦ ଓ ୨ରୁ କମ ପ୍ରଥମ ଶ୍ରେଣୀ ଖେଳାଳିଙ୍କୁ ୪୦ ହଜାର ଟଙ୍କା ମିଳିଥାଏ । ପୂର୍ବରୁ ୨.୪୦ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୪.୮୦ ଲକ୍ଷ ମିଳିବ ।

୮ ବର୍ଷ ପରେ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିବାରୁ ବୋର୍ଡ ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏମସିଏ ସଭାପତି ଅମୋଲ କାଲେ କହିଛନ୍ତି ଯେ, ଏବେ ସମୟ ଆସିଛି ରଣଜୀ ତଥା ଅନ୍ୟ ପ୍ରଥମ ଶ୍ରେଣୀ ମୁକାବିଲା ପାଇଁ ଖେଳାଳିଙ୍କୁ ଅଧିକ ଅର୍ଥ ପ୍ରଦାନ କରିବାକୁ ପଡିବ । ଯାହା ଫଳରେ ସେମାନେ ଏଥିପ୍ରତି ଆକୃଷ୍ଟ ହେବେ ବୋଲି ସେ କହିଛନ୍ତି । ପୂର୍ବରୁ ବିସିସିଆଇ ମଧ୍ୟ ସେଂଟ୍ରାଲ କଂଟ୍ରାକ୍ଟ ପ୍ରାଇସ ମଧ୍ୟ ବୃଦ୍ଧି କରିଥିଲା ।

Leave A Reply

Your email address will not be published.