ଦାର୍ଜିଲିଂ: ବିଜୟା ଦଶମୀରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦାର୍ଜିଲିଂରେ ସୁକଣା ଓ୍ୱାର ମେମୋରିଆଲରେ ସେ ଶସ୍ତ୍ର ପୂଜା କରିଛନ୍ତି । ଏତିକିବେଳେ ତାଙ୍କ ସହ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ଓ ସେନାର ବରିଷ୍ଠ ଅଧିକାରୀ ।
ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ବିଜୟାଦଶମୀରେ ସୀମାରେ ଶସ୍ତ୍ର ପୂଜା କରିଛନ୍ତି ରାଜନାଥ । ତାପୂର୍ବରୁ ରାଜନାଥ ସିଂହ ଓ୍ୱାର ମେମୋରିଆଲରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
विजयादशमी पर्व पर आयोजित शस्त्रपूजन समारोह में भाग ले रहा हूँ। हमसे जुड़िए https://t.co/sNQyKUm9f0
— Rajnath Singh (@rajnathsingh) October 25, 2020
ଦୁଇ ଦିନିଆ ସିକିମ ଓ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ରାଜନାଥ ସିଂହ । ଦଶହରାରେ ଏଲଏସିରେ ନିୟୋଜିତ ଯବାନଙ୍କ ମନୋବଳ ବଢ଼ାଇବା ସହ ସୀମାରେ ସ୍ଥିତି ପରଖିବା ପାଇଁ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
Comments are closed.