Latest Odisha News

BREAKING NEWS

ଦଶହରାରେ ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ଆଜି ୭୦ତମ ସଂସ୍କରଣରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସକାଳ ୧୧ଟାରେ କାର୍ୟ୍ୟକ୍ରମ ପ୍ରସାରଣ ହେବ । କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି ।

BjdElectrycity

ବିଶେଷ କରି କରୋନା ମହାମାରୀ ଉପରେ କହିପାରନ୍ତି ପ୍ରଧାନମନ୍ତ୍ରୀ । ପାର୍ବଣ ଋତୁରେ ଅଧିକ ସତର୍କ ରହିବା ପାଇଁ ନିକଟରେ ଦେଶବାସୀଙ୍କୁ ସମ୍ବୋଧନରେ ଅପିଲ୍ କରିଥିଲେ । ଏହାବ୍ୟତୀତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ମନ୍ କି ବାତ ସମ୍ପର୍କରେ ଗତକାଲି ଟ୍ୱିଟ୍ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ନିଜ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ, କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଚର୍ଚ୍ଚା କରିବେ । ପ୍ରତି ମାସ ଶେଷ ରବିବାର ଦିନ ରେଡିଓରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ପ୍ରସାରିତ ହେଉଛି ।

Leave A Reply

Your email address will not be published.