ନୂଆଦିଲ୍ଲୀ: ସମସ୍ତ ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ବରିଷ୍ଠ ସାମରିକ ଅଧିକାରୀ ଏବଂ ସେମାନଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମଙ୍କୁ ନିବେଦନ କରିଛନ୍ତି। ସରକାର ଏ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି, ‘ କାର୍ଯ୍ୟରତ ସେନା କର୍ମଚାରୀ କିମ୍ବା ଅବସରପ୍ରାପ୍ତ ସାମରିକ ଅଧିକାରୀଙ୍କ ବ୍ୟକ୍ତିଗତ ବାସଭବନର ଠିକଣା ପ୍ରକାଶ କରିବା ଏବଂ ସେମାନଙ୍କ ପରିବାରର ସାକ୍ଷାତକାର ନେବାରୁ ଦୂରେଇ ରୁହନ୍ତୁ।’
ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ଯେଉଁ ସେନା କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ଘର କେଉଁଠି ଓ ପରିବାର ଲୋକଙ୍କ ନମ୍ବର ପାଇ ସେମାନଙ୍କ ସହିତ ସାକ୍ଷାତକାର କରିବାକୁ ଉଦ୍ୟମ କରୁଛନ୍ତି ଗଣମାଧ୍ୟମ । ଏହାସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଖବର ପ୍ରସାରଣ କରିବାକୁ ପ୍ରୟାସ କରୁଛନ୍ତି । ଯାହାର କୌଣସି ଆବଶ୍ୟକତା ନାହିଁ ।
ଏପରି କାର୍ଯ୍ୟ ଅନୁଚିତ୍ ଅଟେ । ଅଧିକାରୀ ଓ ସେମାନଙ୍କ ପରିବାରର ମର୍ଯ୍ୟାଦା, ଗୋପନୀୟତା ଏବଂ ସୁରକ୍ଷାକୁ ସମ୍ଭାବ୍ୟ ଭାବରେ ବିପଦରେ ପକାଇପାରେ। ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସାର୍ବଜନୀନ ଭୂମିକାରେ କାର୍ଯ୍ୟ କରିଥାନ୍ତି କିନ୍ତୁ ସେମାନଙ୍କ ପରିବାର ବ୍ୟକ୍ତିଗତ ନାଗରିକ ଭାବରେ ରହିଥାନ୍ତି । ସେମାନଙ୍କ ସହିତ ଉପଯୁକ୍ତ ସମ୍ମାନ ଏବଂ ସମ୍ବେଦନଶୀଳତା ସହିତ ବ୍ୟବହାର କରାଯିବା ଉଚିତ।
Ministry of Defence issues advisory on respecting the privacy of senior armed forces personnel and their families
"Refrain from visiting or attempting to contact the private residences or families of serving or retired Armed Forces personnel for personal stories or interviews,… pic.twitter.com/yEE6vXfSp8
— ANI (@ANI) June 3, 2025
ପ୍ରତିରକ୍ଷା ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ, ଗଣମାଧ୍ୟମ ପ୍ରତିନିଧିମାନେ ସଶସ୍ତ୍ର ବାହିନୀର କାର୍ଯ୍ୟକଳାପ ଏବଂ ବୃତ୍ତିଗତ, କାର୍ଯ୍ୟକ୍ଷମ ଦିଗଗୁଡ଼ିକ ଉପରେ ଗଣମାଧ୍ୟମ କଭରେଜକୁ ଗୁରୁତ୍ୱ ଦିଅନ୍ତୁ । ବ୍ୟକ୍ତିଗତ ଜୀବନ ଉପରେ ଅନୁମାନମୂଳକ ରିପୋର୍ଟିଂ କରନ୍ତୁ ନାହିଁ ।
ଏଥିରେ କୁହାଯାଇଛି ଯେ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର କାର୍ଯ୍ୟକଳାପ, ସଫଳତା ଏବଂ ବଳିଦାନକୁ ପ୍ରଦର୍ଶନ କରିବାରେ ଗଣମାଧ୍ୟମର ପ୍ରୟାସକୁ ପ୍ରଶଂସା କରେ। ଲୋକଙ୍କୁ ସୂଚନା ଦେବା ଏବଂ ଜାତୀୟ ସୁରକ୍ଷା ପ୍ରତି ସେମାନଙ୍କୁ ବୁଝେଇବା ପାଇଁ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ତେବେ ସମସ୍ତ ଗଣମାଧ୍ୟମ ସଂଗଠନଗୁଡ଼ିକୁ ନିମ୍ନଲିଖିତ ବିଷୟଗୁଡ଼ିକ ପାଳନ କରିବାକୁ ଅନୁରୋଧ କରାଯାଉଛି:
-ସ୍ପଷ୍ଟ ନିମନ୍ତ୍ରଣ କିମ୍ବା ସରକାରୀ ଅନୁମତି ବିନା କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ ଘର କିମ୍ବା ପରିବାର ନିକଟକୁ ଯାଆନ୍ତୁ ନାହିଁ।
-ସେମାନଙ୍କର ବ୍ୟକ୍ତିଗତ ଠିକଣା, ପରିବାର ଫଟୋ ଅବା ଏପରି କୌଣସି ସୂଚନା ଦେଖାନ୍ତୁ ନାହିଁ କିମ୍ବା ପ୍ରକାଶ କରନ୍ତୁ ନାହିଁ, ଯାହା ଜନହିତକର ନୁହେଁ ।
-ସାମରିକ ବାହିନୀର କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟଗୁଡ଼ିକ ମଧ୍ୟରେ କଭରେଜ୍ ସୀମିତ ରଖନ୍ତୁ। ବ୍ୟକ୍ତିଗତ ଜୀବନ ସହିତ ଜଡିତ ପ୍ରସଙ୍ଗରେ ଅନୁମାନ କିମ୍ବା ହସ୍ତକ୍ଷେପ କରନ୍ତୁ ନାହିଁ।
-ବ୍ୟକ୍ତିଗତ ଜୀବନ ଏବଂ ଗୋପନୀୟତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, ବିଶେଷକରି ଯେତେବେଳେ କୌଣସି ଅପରେସନ ଚାଲୁଥିବ କିମ୍ବା ସୁରକ୍ଷା ପରିସ୍ଥିତି ସମ୍ବେଦନଶୀଳ ରହିଥିବ ।
-ମନ୍ତ୍ରଣାଳୟ ଗଣମାଧ୍ୟମ ସହିତ ଏକ ସ୍ୱଚ୍ଛ ଏବଂ ସକାରାତ୍ମକ ସମ୍ପର୍କ ବଜାୟ ରଖିବା ପାଇଁ ପ୍ରତିବଦ୍ଧ। ସମସ୍ତ ସାମ୍ବାଦିକଙ୍କୁ ନିବେଦନ କରୁଛୁ ଯେ, ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ କରନ୍ତୁ । ଦେଶ ସେବା କରୁଥିବା ବ୍ୟକ୍ତି ଓ ସେମାନଙ୍କ ପରିବାରର ସଦସ୍ୟଙ୍କ ଗୋପନୀୟତାକୁ ସମ୍ମାନ କରନ୍ତୁ ।
Comments are closed.