Latest Odisha News

ସେନା ଉପରେ ନିର୍ମିତ ଫିଲ୍ମ ଓ ୱେବସିରିଜ ପ୍ରସାରଣ ପୂର୍ବରୁ ଏନଓସି ନେବାକୁ ହେବ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନଙ୍କ ଉପରେ ନିର୍ମିତ ଫିଲ୍ମ ଏବଂ ୱେବସିରିଜ ଗୁଡିକୁ ପ୍ରସାରଣ କରିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଠାରୁ ଏନଓସି (ନୋ ଅବଜେକସନ୍ ସାର୍ଟିଫିକେଟ୍‌) ନେବାକୁ ପଡିବ ।

ଫିଲ୍ମ ତଥା ୱେବସିରିଜରେ ସେନା ଓ ସେନାର ବର୍ଦ୍ଦିକୁ ଅପମାନ ଜନକ ଭାବେ ଚିତ୍ରିତ କରାଯାଉଥିବା ନେଇ ଅଭିଯୋଗ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି),ଏମଇଆଇଟିୱାଇ) ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଜୁଲାଇ ୨୭ ତାରିଖରେ ଏସମ୍ପର୍କୀତ ଏକ ଚିଠି କରାଯାଇଥିଲା ।

ଯେଉଁଥିରେ ଉଲ୍ଲେଖ ରହିଥିଲା ଯେ ସେନା ଉପରେ ନିର୍ମିତ କୌଣସି ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ୱେବସିରିଜ ପ୍ରସାରିତ କରିବା ପୂର୍ବରୁ ପ୍ରଡକ୍ସନ ହାଉସ ସେମାନଙ୍କ ଠାରୁ ନୋ ଅବଜେକସନ୍ ସାର୍ଟିଫିକେଟ୍ ନେବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ଏକତା କାପୁରଙ୍କ ‘ଏକ୍ସଏକ୍ସଏକ୍ସ ଅନସେନସର୍ଡ’ ନାମକ ଏକ ୱେବସରିଜରେ ସେନାକୁ ଅପମାନ ଜନକ ଭାବେ ଚିତ୍ରିତ କରାଯାଇଥିବାରୁ ବିବାଦ ଉପୁଜିଥିଲା । ଏହି ୱେବସିରିଜର ଗୋଟିଏ ସିନରେ ଜଣେ ବିବାହିତା ମହିଳା ସ୍ୱାମୀର ଅନୁପସ୍ଥିତିରେ ପ୍ରେମିକକୁ ନିଜ ଘରକୁ ଡାକୁଛି । ପରେ ସୈନ୍ୟ ସ୍ୱାମୀର ବର୍ଦ୍ଦିକୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.