Latest Odisha News

BREAKING NEWS

ରାୟଗଡ଼ା ଜିଲ୍ଲା ୭୨ ଘଣ୍ଟା ସଟଡାଉନ୍

ରାୟଗଡ଼ା: ୨୪ ଘଣ୍ଟାରେ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାୟଗଡ଼ା ଜିଲ୍ଲାରେ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା । ସମ୍ପୂର୍ଣ୍ଣ ସଟଡାଉନରେ ରହିବ ଜିଲ୍ଲା । ଏନେଇ ରାୟଗଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହାସହ ତିନି ଦିନ ବନ୍ଦ ରହିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଗୋଟିଏ ଦିନରେ ଦେଢ଼ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ସଟଡାଉନ୍ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ସାନିଟାଇଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୮୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ କେସ୍ ରହିଛି ୪୫୦। ୭ ଜଣଙ୍କର ମୃତ୍ୟୁ ହୋଇଛି ।

 

Leave A Reply

Your email address will not be published.