Latest Odisha News

ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ

ଗଞ୍ଜାମ: ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମୁଛି । ଜିଲ୍ଲାବାସୀ କୋଭିଡ୍ କଟକଣାକୁ ମାନୁଥିବାରୁ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ବାହାର ଜିଲ୍ଲାରୁ ଲୋକଙ୍କୁ ଗଞ୍ଜାମରେ ପ୍ରବେଶ ମନା । ସେହିପରି ଜିଲ୍ଲାରୁ ବାହାରକୁ ଗଲେ ଅନୁମତି ଦରକାର । ଜିଲ୍ଲାରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକ ।

ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ପାଇଁ ଦୋକାନୀ ଓ ଗ୍ରାହକଙ୍କୁ ଅପିଲ କରିଛି ଜିଲ୍ଲା ପ୍ରଶାସନ । ସମସ୍ତେ ମାସ୍କ ପିନ୍ଧନ୍ତୁ ଓ କୋଭିଡ ନିୟମକୁ ମାନିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.