Latest Odisha News

୨୦୨୫ ସୁଦ୍ଧା ପ୍ରତିରକ୍ଷା ବିଭାଗରେ ୨୦ରୁ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୫ ମସିହା ସୁଦ୍ଧା ଦେଶରେ ୨୦ରୁ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି ।

ଏସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ମନ୍ତ୍ରଣାଳୟ ଏରୋସ୍ପେସ ଲାଗି ୨୬ ବିଲିୟନ ଆମେରିକୀୟ ଡ଼ଲାର ତଥା ପ୍ରତିରକ୍ଷା ସାମଗ୍ରୀ ଏବଂ ପ୍ରତିରକ୍ଷା ସେବା ନିମନ୍ତେ ୨୦୨୫ ସୁଦ୍ଧା ଅଟକଳ ରହିଛି । ଏଥିମଧ୍ୟରୁ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡ଼ଲାର୍ ୨୦ରୁ ୩୦ ଲକ୍ଷ ବ୍ୟକ୍ତିଙ୍କ ଲାଗି ନିିଯୁକ୍ତି ସୃଷ୍ଟି କରାଯାଇପାରିବ ।

ପ୍ରତିରକ୍ଷା ବିଭାଗର କୌଶଳ ତଥା ବିକାଶରେ ଆତ୍ମନିର୍ଭରଶୀଳତାକୁ ପ୍ରତିରକ୍ଷା ବିଭାଗ ଦୃଷ୍ଟି ଦେଇଛି । ଏହା ବିପୁଳ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ସରକାରୀ ଟିପ୍ପଣୀ ପ୍ରକାଶିତ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଡ଼ିଆରଡ଼ିଓ ପକ୍ଷରୁ ୧,୮୦୦ଟି ଉଦ୍ୟୋଗ ରହିଛି, ଏହା ମାଧ୍ୟମରେ ପ୍ରତିରକ୍ଷା ବିଭାଗ ନିଜର ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ସହିତ ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହୋଇପାରିବ ।

Comments are closed.