Latest Odisha News

BREAKING NEWS

କୋଲକାତା ଟେଷ୍ଟ: ବାଂଲାଦଳର ସଂଘର୍ଷ ଜାରି, ପ୍ରଥମ ଦିବା-ରାତ୍ରୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

କୋଲକାତା: କୋଲକାତାର ଇଡ଼େନ ଗାର୍ଡ଼େନ ଷ୍ଟାଡ଼ିୟମରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଖେଳୁଥିବା ପ୍ରଥମ ଦିବା-ରାତ୍ର ମ୍ୟାଚର ଦ୍ୱାରଦେଶରେ ପହଞ୍ଚିଛି । ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୩୪୭/୯ କୁ ପିଛା କରି ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦ୍ୱିତୀୟ ଇନିଂସରେ ବାଂଲାଦଳ ୬ ଟି ୱିକେଟ ହରାଇ କରିଛି ମାତ୍ର ୧୫୨ ରନ । ଦଳ ୮୯ ରନ ପଛରେ ରହି ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛି ।

ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମ ଦିବସରେ ଅଧିନାୟକ ଭାବେ ୫,୦୦୦ ରନ ପୂରଣ କରି ରେକର୍ଡ଼ କରିଥିବା ବେଳେ ୨ୟ ଦିନରେ ସେ ଦିବା-ରାତ୍ର ମ୍ୟାଚରେ ମଧ୍ୟ ଏକ ସ୍ମରଣୀୟ ଶତକୀୟ ଇନିଂସ ଖେଳିଛନ୍ତି । ବିରାଟ ୧୩୬ ରନ କରିଥିବା ବେଳେ ଚେତେଶ୍ୱର ପୂଜାରା ୫୫ ରନ୍ କରିଛନ୍ତି । ସେହିପରି ଭାବେ ଅଜିଙ୍କ୍ୟ ରାହାଣେ ୫୧ ରନ, ରିଦ୍ଧିମାନ ଶାହା ୧୭ ଏବଂ ରବୀନ୍ଦ୍ର ଜାଡ଼େଜା ୧୨ ରନ ସ୍କୋର କରିଥିଲେ ।

ପ୍ରଥମ ଇନିଂସରେ ମାତ୍ର ୧୦୬ ରନ କରିଥିବା ବାଂଲାଦଳ ୨ୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମ୍ୟାଚରେ ସଂଘର୍ଷ ଜାରି ରଖିଛି । ବାଂଲାଦେଶ ଦଳ ୮୨ ରନରେ ୪ଟି ମୂଲ୍ୟବାନ ୱିକେଟ ହରାଇଛି ।

ଭାରତୀୟ ବୋଲର୍ ଈଶାନ୍ତ ଶର୍ମା ଚମତ୍କାର ବୋଲିଂ କରି ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉମେଶ ଯାଦବ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.