Latest Odisha News

୩ ସପ୍ତାହ ପରେ ହ୍ରାସ ପାଇବ ପିଆଜ ଦର !

କଟକ: ଓଡ଼ିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାକୁ ଛୁଇଁବାକୁ ଯାଉଥିବା ବେଳେ ଆସନ୍ତା ୩ ସପ୍ତାହ ପରେ ଦର କମିବାର ସମ୍ଭାବନା ରହିଛି ବୋଲି ପିଆଜ ବ୍ୟବସାୟୀ ଅନୁମାନ କରିଛନ୍ତି ।

ଗଣମାଧ୍ୟମକୁ ଶନିବାର ଦିନ ସୂଚନାଦେଇ ମାଲଗୋଦାମସ୍ଥିତ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିିଛନ୍ତି ଯେ, ପ୍ରବଳ ବୃଷ୍ଟିପାତ ଯୋଗୁଁ ମହାରାଷ୍ଟ୍ରର ନାସିକ ଏବଂ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲାରେ ବିପୁଳ ପରିମାଣର ପିଆଜ ନଷ୍ଟ ହୋଇଯାଇଛି । ଏହାଫଳରେ ଓଡ଼ିଶାର ପିଆଜ ହୋଲସେଲମାନେ ସେହି ସବୁ ସ୍ଥାନରୁ ପିଆଜ ଆମଦାନି କରିପାରୁନାହାନ୍ତି, ଅଧିକାଂଶ ପିଆଜରେ ଏବେ ପଚା ପିଆଜ ମଧ୍ୟ ରହଛି । “ଓଡ଼ିଶାରେ ଏହିପରି ପରିସ୍ଥିତି ଆସନ୍ତା ୩ ସପ୍ତାହ ରହିବା ପରେ ଧିରେ ଧିରେ ପିଆଜ ଅଭାବ ଦୂର ହେବ,” ବୋଲି ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ ଶ୍ରୀ ସାହୁ ଆହୁରିମଧ୍ୟ କହିଛନ୍ତି ଯେ, ସାଧାରଣତଃ ଓଡ଼ିଶାକୁ ଯେତିକି ପରିମାଣର ପିଆଜ ଆବଶ୍ୟକ ହୋଇଥାଏ ତାହା ୧୦ମାସ ପୂର୍ବରୁ ଅନ୍ୟ ରାଜ୍ୟରୁ ଆମଦାନୀ କରିଥାଏ ରାଜ୍ୟ । ରାଜ୍ୟରେ ଏପ୍ରିଲ ଓ ମେ ମାସ ବେଳକୁ ବଲାଙ୍ଗୀରର ଟିଟିଲାଗଡ଼ ଅଞ୍ଚଳରେ ପିଆଜ ଅମଳ ହେଉଥିବା ଯୋଗୁଁ ଏହି ଭରଣା ମେଣ୍ଟିଯାଇଥାଏ ।

ଇବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର ୮୦ରୁ ୯୦ ଟଙ୍କା ଥିବା ବେଳେ କଟକରେ ପିଆଜ ୭୦ରୁ ୭୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ବାଲେଶ୍ୱରରେ ୮୦ ଟଙ୍କା, ବ୍ରହ୍ମପୁରରେ ୮୦ ଟଙ୍କା, ରାଉରକେଲାରେ ୭୦ରୁ ୮୦ ଟଙ୍କା ଏବଂ ପୁରୀରେ ପ୍ରାୟ ୮୦ ଟଙ୍କାରେ ଖୁଚୁରା ପିଆଜ ବିକ୍ରି ହେଉଛି ।

Leave A Reply

Your email address will not be published.