Latest Odisha News

BREAKING NEWS

ଭୁଜରୁ ରାଜନାଥଙ୍କ ହୁଙ୍କାର: ‘ବଦଳିଗଲେ ଠିକ୍, ନଚେତ୍ କଠୋର ଦଣ୍ଡ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଭୁଜ୍‌ ଏୟାରଫୋର୍ସ ଷ୍ଟେସନ ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭୁଜ୍ ଏୟାରବେସ୍‌ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ସହ ଅପରେସନ ସିନ୍ଦୂର ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଇଏ ହେଉଛି ସେହି ଭୁଜ୍‌ ଏୟାରବେସ୍‌ ଯାହାକୁ ଉଡ଼ାଇଥିବା ଦାବି କରିଥିଲା ପାକିସ୍ତାନ । ଆଉ ଆଜି ଭୁଜ୍‌ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଉ ପାକିସ୍ତାନକୁ ଦେଖାଇଛନ୍ତି ଯେ, ଆମର ଲଢୁଆ ବୀର କିପରି ଗର୍ବର ସହ ଛିଡାହୋଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୁର ଚାଲିଥିବା ସମୟରେ ଆପଣମାନେ ଯାହାବି ସବୁ କଲେ, ସେଥିରେ ସବୁ ଭାରତୀୟଙ୍କୁ ଗର୍ବିତ ହୋଇଛନ୍ତି । ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ପ୍ରଶଂସା ଦେଖିବାକୁ ମିଳିଛି । ପାକିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଆତଙ୍କବାଦୀଙ୍କୁ ଧ୍ବଂସ କରିବାରେ ଭାରତର ବାୟୁସେନାର ୨୩ ମିନିଟ୍ ହିଁ କାଫି ଥିଲା । ଭୁଜ ଏୟାରବେସ୍‌ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି ।ଯାହା ୧୯୬୫ ଓ ୧୯୭୧ରେ ଆମେ ଦେଖିଥିଲେ । ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା । ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ପରାକ୍ରମ ଦେଖାଇଛି ।

ସାରା ବିଶ୍ବକୁ ଭାରତ ମଧ୍ୟ ଏହାଦ୍ବାରା ବାର୍ତ୍ତା ଦେଇଛି । ବ୍ରହ୍ମୋସ ମିଜାଇଲ୍‌ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି । ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଛି । ତେଣୁ ଆଇଏମଏଫ ତାର ନିଷ୍ପତ୍ତି ପୁନର୍ବିଚାର କରିବା ଦରକାର । ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ପ୍ରଦାନ କରିଛି । ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଜ୍ଞାବଦ୍ଧ  । ଅପରେସନ ସିନ୍ଦୂର ବନ୍ଦ ହୋଇନି, ଜାରି ରହିଛି । ଆତଙ୍କୀ ଲଢ଼େଇରେ ଆପଣମାନେ ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି  ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କଡ଼ା ସନ୍ଦେଶ  । କହିଛନ୍ତି, ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ । ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍, ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ’ ପାକିସ୍ତାନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଶକ୍ତିକୁ ସ୍ବୀକାର କରିଛି । ଆମ ଦେଶରେ ଏକ ପୁରାତନ କଥା ଅଛି ଦିନରେ ତାରା ଦେଖାଇବା, ଆଉ ଠିକ୍ ସେହିପରି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ ଏହା କରି ଦେଖାଇଛି । ପାକିସ୍ତାନକୁ ରାତିର ଅନ୍ଧକାର ଭିତରେ ଦିନର ଉଜାଲା ଦେଖାଇଛି ବ୍ରହ୍ମୋସ୍ ବୋଲି ଆଜି ଭୁଜରୁ ହୁଙ୍କାର ଭରିଛନ୍ତି ମନ୍ତ୍ରୀ ।

Comments are closed.