Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଭାଙ୍ଗିଲା ପୋଲ

ବର୍ଷାରେ ଭାସିଗଲା ପୋଲ । ଉତ୍ତରା ଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି।ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି।

ଫଳରେ ଅନେକ ଗାଡି ଓ ଚାଳକ ଭାସିଯିବା ସହ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। SDRFଟିମ୍ ଘଟଣା ସ୍ଥଳରେ ପହଁଚି ନିଖୋଜଙ୍କୁ ଉଦ୍ଧାର କରିବାରେ ଲାଗିଛି। ଉତ୍ତରା ଖଣ୍ଡର ୫ ଟି ଜିଲ୍ଲା ନୈନିତାଲ ,ଚମ୍ପଓତ୍,ବାଗେଶ୍ୱର ,ଉଦ୍ଧମସିଂ ନଗର ଓ ପିଥୌରାଗତ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବର୍ଷା ଓ ଭୁସ୍କଳନକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି ।ତପୋବନ ଠାରୁ ମାଲେଥା ରାଷ୍ଟ୍ରୀୟ ରାଜମାର୍ଗ ୫୮ କୁ ବନ୍ଦ କରିଦିଆଯାଇଛି। ଆଗକୁ ୩ରୁ ୪ ଦିନ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Leave A Reply

Your email address will not be published.