Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳୀ ସଂଘର ନେତା ଓ କର୍ମକର୍ତ୍ତା

ଭୁବନେଶ୍ବର : ବିଜେପିରେ ସାମିଲ ହେଲେ ଓଡ଼ିଶା ପଦ୍ମଶାଳି ସଂଘର ବହୁ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମାନେ ବିଜେପିରେ ସାମିଲ ହୋଇଛନ୍ତି ।

ପଛୁଆ ବର୍ଗରୁ ଆସିଥିବା ପଦ୍ମଶାଳୀ ସଂଘର ରାଜ୍ୟ ସଭାପତି କେ. ଚନ୍ଦ୍ରଶେଖରଙ୍କ ନେତୃତ୍ବରେ କେ. ବାଲାଜୀ ପାତ୍ର, ବିଲୁ ପାତ୍ର, ବିଚିତ୍ର ପାତ୍ର, କେ. ରାଜୁ, ପ୍ରମୋଦ ପାତ୍ର, ନୃସିଂହ ମେକପଳ ବିଜୟ ପାତ୍ର, ଦମୟନ୍ତୀ ପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କ ଉତ୍ତରୀୟ ପିନ୍ଧାଇ ସ୍ବାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ଓବିସି ରାଜ୍ୟ ସଭାପତି ସୁରଥ ବିଶ୍ବାଳ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଟି. ଉମାଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.