Latest Odisha News

BREAKING NEWS

ପାହାଡ ତଳକୁ ଖସିଲା ବସ୍, ୧୨ ଜଣଙ୍କର ମୃତ୍ୟୁ

ଡେରାଡୁନ୍: ପାହାଡ଼ ତଳକୁ ଖସିଲା ବସ୍ । ଉତ୍ତରାଖଣ୍ଡରେ ବଡ଼ ଧରଣର ସଡ଼ ଦୁର୍ଘଟଣା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୪ ଜଣ ଗୁରୁତର ଅଛନ୍ତି । ଉତ୍ତରାଖଣ୍ଡର ବିକାଶନଗରରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାjର୍ଯ୍ୟ ଜାରି ରହିଛି ।

ବସଟି ବିକାଶନଗର ଯାଉଥିବା ବେଳେ ଚକରାତା ତହସିଲ ଅନ୍ତର୍ଗତ ବାୟଲା ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ତକରାତା ଏସଡିଏମ୍, ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ।

କେମିତି ଓ କେଉଁ ପରିସ୍ଥିତିରେ ବସ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣା ପଡିନି । କୁହାଯାଉଛି ବସରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ । ଏହି କାରଣରୁ ଦୁର୍ଘଟଣା ଘଟିଲା । ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ଏହି ରୁଟରେ ଅଧିକ ବସ୍ ଚଳାଚଳ କରୁ ନଥିବାରୁ ଗୋଟିଏ ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି ।

Leave A Reply

Your email address will not be published.