ପୁରୀ: ସିଂହଦ୍ୱାର ଆଗରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ସେବାୟତମାନେ ମହାପ୍ରଭୁଙ୍କୁ ଆଣି ରଥାରୂଢ କରିଛନ୍ତି । ପ୍ରଥମେ ଆସିଥିଲେ ଶ୍ରୀସୁଦର୍ଶନ । ତାପରେ ବଡ଼େଦେଉଳୁ ବାହାରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଥିଲେ ସେବାୟତ । ଶେଷରେ ନୀଳକନ୍ଦରରୁ ବାହାରିଥିଲେ କାଳିଆ ଠାକୁର । ଟାହିଆ ହଲାଇ ସେବାୟତଙ୍କ ଗହଣରେ ଝୁଲି ଝୁଲି ବାଇଶି ପାହଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇଥିଲେ ଜଗତର ନାଥ ପ୍ରଭୁ ଜଗନ୍ନାଥ ।
ତାଳଧ୍ୱଜ ରଥରେ ପ୍ରଭୁ ବଳଭ୍ଦର, ଦର୍ପଦଳନରେ ଦେବୀ ସୁଭଦ୍ର ଓ ନନ୍ଦିଘୋଷରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରିଛନ୍ତି । ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡିରେ ଆସି ରଥାରୂଢ ହେବା ବେଳେ ପୂରା ପରିବେଶ ଭକ୍ତି ଓ ଭାବରେ ଉଛୁଳି ପଡୁଥିଲା । ଘଣ୍ଟ ଘଣ୍ଟା, ଶଙ୍ଖ ନାଦରେ କମ୍ପୁଥିଲା ବଡ଼ଦାଣ୍ଡ । ରଥଯାତ୍ରାରେ ବାହାରିଛନ୍ତି ଭାବର ଠାକୁର । କିନ୍ତୁ ସିଧାସଳଖ ଭକ୍ତ ଓ ଭଗବାନଙ୍କ ମିଳନ ହୋଇନି ଏ ବର୍ଷ । ଚକା ଆଖିକୁ ଦେଖିଲା ସାରା ଜଗତ । ଟିଭି ପରଦାରେ ଦେଖି ଭକ୍ତ ଆଖିରୁ ଝରି ଆସିଛି ଭାବର ଲୁହ ।

ପୂର୍ବରୁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି । ରଥ ଉପରେ ଆଉ କିଛି ନୀତିକାନ୍ତ କରାଯିବ । ଏହାପରେ ବିଜେ କରିବେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ ଛେରା ପହଁରା କରିବା ପରେ ୧୨ଟାରେ ଗଡ଼ିବ ରଥ ।
BREAKING NEWS
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
- ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦିବଙ୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର
Comments are closed.