Latest Odisha News

BREAKING NEWS

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ, ସ୍କୁଲକୁ ବୋମା ଧମକ ପଛରେ ୩ ଛାତ୍ରଙ୍କ ହାତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ପକାଇ ଉଡେଇଦେବା ନେଇ ମିଳିଥିବା ଧମକ ଘଟଣାରେ ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ଏକ ଚକିତ କଲା ଭଳି ତଥ୍ୟ ଦେଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦିଲ୍ଲୀରେ ଅତିକମରେ ତିନୋଟି ବିଦ୍ୟାଳୟକୁ ମିଳିଥିବା ଏହି ଧମକ ବିଦ୍ୟାଳୟର ୩ ଜଣ ଛାତ୍ର ଦେଇଛନ୍ତି । ଏହି ଛାତ୍ର ମାନେ ଏପରି ଧମକପୂର୍ଣ୍ଣ ମେଲ ପଠାଇଥିଲେ । ତେବେ ପରୀକ୍ଷା ସ୍ଥଗିତ ପାଇଁ ଏହି ୩ ଛାତ୍ର ମିଶି ଯୋଜନା କରିଥିବା ନେଇ ସୂଚନା ଦେଇଛି ପୋଲିସ ।

ସୂଚନା ଅନୁସାରେମ ବୋମା ଧମକ ପାଇଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ କେତେକ ଜଣାଶୁଣା ବିଦ୍ୟାଳୟ ମଧ୍ୟ ଥିଲେ । ଦିଲ୍ଲୀ ପୋଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ପରୀକ୍ଷା ସ୍ଥଗିତ କରିବା ଉଦ୍ଦେଶ୍ୟରେ ଏହି ୩ ଛାତ୍ର ଏପରି ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲେ। ପଚରାଉଚରା ବେଳେ ସେମାନେ ନିଜେ ସବୁ କଛି ମାନିଛନ୍ତି । ତେବେ ସେମାନଙ୍କ କହିବା ଅନୁସାରେ, ବିଗତ ଦିନ ମାନଙ୍କରେ ବିଭିନ୍ନ ସ୍କୁଲକୁ ମିଳୁଥିବା ଧମକୁ ଦେଖି ସେମାନେ ଏହି ଯୋଜନା କରିଥିଲେ । ଏହା ପରେ ପରୀକ୍ଷା ସ୍ଥଗିତ କରିବା ପାଇଁ ସେମାନେ ଏହି ବାଟ ଆପଣେଇଥିଲେ ।

ଘଟଣାରେ ଉକ୍ତ ଛାତ୍ର ମାନଙ୍କ ଅଭିଭାବକମାନଙ୍କୁ ଚେତାବନୀ ଦେବା ପରେ ସେମାନଙ୍କୁ ଛଡାଯାଇଛି । ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟି ରଖି ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେବେ ଦିଲ୍ଲୀ ପୋଲିସର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୋହିଣୀ ଏବଂ ପଶ୍ଚିମ ବିହାର ସ୍ଥିତ ଅନ୍ୟ ଦୁଇଟି ବିଦ୍ୟାଳୟକୁ ମଧ୍ୟ ସ୍କୁଲର ଛାତ୍ରମାନଙ୍କ ଦ୍ୱାରା ଏପରି ଧମକପୂର୍ଣ୍ଣ ଇମେଲ ପଠାଯାଇଥିଲା। ଏହା ପଛର କାରଣ ମଧ୍ୟ ସମାନ ଥିଲା । ଛାତ୍ରମାନେ ସ୍କୁଲ ବନ୍ଦ ହେଉ ବୋଲି ଚାହୁଁଥିଲେ ।

ତେବେ କହିରଖୁଛୁ ଯେ, ସାଂପ୍ରତିକ ସମୟରେ, ଏପରି ବୋମା ଧମକ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦିଲ୍ଲୀର ବିମାନ ବନ୍ଦର ଠୁ ଆରମ୍ଭ କରି ବିଦ୍ୟଳୟ ଗୁଡିକୁ ମଧ୍ୟ ଏପରି ଧମକ ମିଳୁଛି । ଗତ ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀର କିଛି ବିଦ୍ୟାଳୟକୁ ବୋମାରେ ଉଡେଇଦେବା ନେଇ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ଷଷ୍ଠ ଘଟଣା। ତେବେ, ବୋମା ଧମକ ପାଇବା ପରେ ସୁରକ୍ଷା କର୍ମୀମାନେ ସମସ୍ତ ପ୍ରୋଟୋକଲ ବ୍ୟବହାର କରି ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଦେହଜନକ କିଛି ସାମଗ୍ରୀ ମିଳିନଥିଲା ।

Leave A Reply

Your email address will not be published.